ସାଇବର ସଚେତନତା କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ) ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଥାନା ପକ୍ଷରୁ ଜଗନ୍ନାଥ ପୁର ପିଏମ୍ ଶ୍ରୀ ହାଇସ୍କୁଲରେ  ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଅଜିତ ପରିଡା, ସ୍କୁଲ ପରିଚାଳନା କମିଟି ସଭାପତି ତ୍ରୀନାଥ ଦଳେଇ ଓ ଶିକ୍ଷକ,ଛାତ୍ରଛାତ୍ରୀମାନଙ୍କ ଉପସ୍ଥିରେ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲେ।ସାଇବର ସୁରକ୍ଷା, ଅନଲାଇନ୍ ଠକେଇ, ସାଇବର ବୁଲିଂ, ସାର୍ବଜନୀନ ୱାଇ ଫାଇ ବ୍ୟବହାର ସମୟରେ ସତର୍କତା ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ଓଟିପି ଓ ପିନ ଗୋପନୀୟ ରଖିବା ଏବଂ ଦାୟିତ୍ୱପୂର୍ଣ୍ଣ ଇଣ୍ଟରନେଟ୍ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା ପରିଚୟ ଚୋରିରୁ ସୁରକ୍ଷିତ ରହିବା ଏବଂ ଅନଲାଇନ୍ ଶିକ୍ଷାରେ ବାଧା ସୃଷ୍ଟି କରୁଥିବା ସାଇବର ବିପଦକୁ ଏଡ଼ାଇବା ବିଷୟରେ ମଧ୍ୟ ଜଣାଇ ଦିଆଯାଇଥିଲା। ବର୍ତ୍ତମାନ ଅନଲାଇନ୍ ଶିକ୍ଷା ମୋବାଇଲ୍ ଆପ୍ ଓ ସୋସିଆଲ୍ ମିଡିଆ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଥିବାରୁ, ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ହିଁ ଅନଲାଇନ୍ ଠକେଇ ଓ ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖିବାର ଏକ ମୁଖ୍ୟ ଉପାୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ