ଶିବାନନ୍ଦ ବିଦ୍ୟାମନ୍ଦିରରେ ସ୍ୱାଧୀନତା ଦିବସ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଗରାପୁରସ୍ଥିତ ଶିବାନନ୍ଦ ବିଦ୍ୟାମନ୍ଦିରରେ ୮୦ତମ ସ୍ୱାଧୀନତା ଦିବସ ବିଦ୍ୟାମନ୍ଦିର ଓ ଗୁରୁକୂଳର ଛାତ୍ରଛାତ୍ରୀମାନଙ୍କ ଗହଣରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ଡ. କାଳୀ ପ୍ରସନ୍ନ ଶତପଥୀ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ। ବିଦ୍ୟାମନ୍ଦିରର ଅଧିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସହସମ୍ପାଦକ ଅଭିମନ୍ୟୁ ଗୋଛାୟତ ଦିବସ ପାଳନ ଉପରେ ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିବା ସହ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ବିଶ୍ୱଭୂଷଣ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଶିବାନନ୍ଦ ବିଦ୍ୟାମନ୍ଦିରର ଗୁରୁଜୀ, ଗୁରୁମାଙ୍କ ସହ ବ୍ରହ୍ମଚାରୀ ନୃସିଂହ ନାଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ