“ପୋଷଣ ଭି, ପଢାଇ ଭି” ତାଲିମ ଶିବିର

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ, ସିଡ଼ିପିଓ ବବିତା କୁମାରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଷଣ ଭି, ପଢାଇ ଭି କାର୍ଯ୍ୟକ୍ରମର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଏନଏସି କଲ୍ୟାଣୀ ମଣ୍ଡପରେ ତିନି ଦିନ ବ୍ୟାପୀ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ବୁଗୁଡ଼ା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ଅଙ୍ଗନାୱାଡି କର୍ମୀ ଏହି ତାଲିମ ଶିବିରରେ ଯୋଗଦେଇ ତାଲିମ ଗ୍ରହଣ କରିଥିଲା। ଏହି ତାଲିମ ଶିବିରରେ ସିଡ଼ିପିଓ, ତିନିଜଣ ସୂପରଭାଇଜର ଓ ପ୍ରକଳ୍ପ ଅଧିକାରୀ ଅଙ୍ଗନାୱାଡ଼ି କର୍ମୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କିପରି ଶିଶୁମାନଙ୍କ ସର୍ବାଙ୍ଗିନ ଉନ୍ନତି ହୋଇ ପାରିବ ସେହି ବିଷୟ ନେଇ ତାଲିମ ପ୍ରଦାନ କରାଯାଇଥିଲା। ଶୁଚାରୁଭାବେ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ