ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ପରିଷଦ ଗଠିତ

କଟକ(ଓ୍ବାଇଏନଏସ) : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଳକ ମଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଅଧୀନ କଲ୍ୟାଣପୁରରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ପରିଷଦ ଗଠନ ହୋଇଯାଇଛି । ଏହି ପରିଷଦ ଆଗାମୀ ତିନି ବର୍ଷ ପାଇଁ କାର୍ଯ୍ୟ ନିର୍ବାହ କରିବେ। ପର୍ଯ୍ୟବେକ୍ଷକ ଭାବେ କଟକ ଶିକ୍ଷା ବିକାଶ ସମିତିର ଉତ୍ତର ପୂର୍ବ ସମ୍ଭାଗ ସଂଯୋଜକ ତୁଷାର ରଞ୍ଜନ ଦାଶ ଓ ଚୌଦ୍ଵାର ସଙ୍କୁଳ ପ୍ରମୁଖ ବଂଶୀଧର କାଣ୍ଡିଙ୍କ ଉପସ୍ଥିତିରେ ପରିଷଦ ଗଠନ କରାଯାଇଥିଲା। ଏହି କମିଟିକୂ ୯ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ଦେବଜିତ୍ ପ୍ରସାଦ ସିଂ ଦେଓଙ୍କୁ ଚୟନ କରାଯାଇଥିବା ବେଳେ ଉପ ସଭାପତି ଭାବେ ସଂଜୟ ପରିଡ଼ା । ସମ୍ପାଦକ ଭାବେ ହେମନ୍ତ କୁମାର ରାଉତ ସ୍ଥାନ ପାଇଥିବା ବେଳେ ସହ ସମ୍ପାଦକ ଭାବେ ପ୍ରମୋଦିନି ଖଟୁଆ ଓ କୋଷାଧ୍ୟକ୍ଷ ଭାବେ ମୋହନ ଚରଣ ଜେନା ଓ ସଦସ୍ୟ ଭାବେ ଡ଼ଃ ସୁସ୍ମିତା ସିଂ ଓ ଆଇନଜୀବୀ ସରୋଜ କୁମାର ବରାଳଙ୍କୁ ଚୟନ କରାଯାଇଛି । ନିୟମ ଅନୁଯାୟୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଅନିତା ସାହୁ ଓ ଆଚାର୍ଯ୍ୟ ପ୍ରତିନିଧି ରମାକାନ୍ତ ଓଝା ସ୍ଥାନ ପାଇଛନ୍ତି । ବୈଠକରେ ପୁର୍ବତନ ସଭାପତି ବିନୋଦ କୁମାର ବରାଳ ପ୍ରତିଷ୍ଠାତା ସଦସ୍ୟ ଜୟନ୍ତ କୁମାର ପାତ୍ର ଯୋଗ ଦେଇ ବିଗତ ଦିନର ଅନୁଭୂତି ପ୍ରଦାନ କରିଥିଲେ। ଉପଦେଷ୍ଟା ମଣ୍ଡଳୀରେ ପ୍ରତିଷ୍ଠାତା ସଦସ୍ୟ ବସନ୍ତ କୁମାର ବେହେରା, ସରପଞ୍ଚ ଦେବେନ୍ଦ୍ର ନାଥ ପାଣ୍ଡବ , ଦିବ୍ୟଜ୍ୟୋତି ପାଣି, ଜୟନ୍ତ କୁମାର ପାତ୍ର, ବିନୋଦ କୁମାର ବରାଳ, ସରୋଜ କୁମାର ଖଟୁଆ, ନରେନ୍ଦ୍ର ବେହେରାଙ୍କୁ ମନୋନୀତ କରାଯାଇଛି। ସଭପତି ଶ୍ରୀ ସିଂ ଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ଅନିତା ସାହୁ ସଞ୍ଚାଳନ କରିଥିବା ବେଳେ, ସଂଜୟ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ