ୟୁନାଇଟେଡ଼ ଟିଚର ଗ୍ରୁପର କର୍ମକର୍ତ୍ତା ଚୟନ ନିର୍ବାଚନ

ନାଉଗାଁ , ୨୨/୮(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡ଼ାଂଶ ପଞ୍ଚାୟତସ୍ଥିତ ଘୋଡେଶ୍ଵର ମହାଦେବଙ୍କ ପୀଠ ପରିସରରେ ନାଉଗାଁ ବ୍ଲକ ୟୁନାଇଟେଡ଼ ଟିଚର ଗ୍ରୁପର କର୍ମକର୍ତ୍ତା ନିର୍ବାଚନ ପାଇଁ ଏକ ବୈଠକ ପ୍ରାକ୍ତନ ଶିକ୍ଷକ ଫକୀର ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ୟୁନାଇଟେଡ଼ ଟିଚର ଗ୍ରୁପର କର୍ମକର୍ତ୍ତା ଚୟନ କରାଯାଇଥିଲା।ଏଥିରେ ସଭାପତି ଭାବେ ରୁଦ୍ର ପ୍ରସାଦ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ଭାବେ ଆଶୁତୋଷ ପାଢ଼ୀ, ଉପସଭାପତି ଅକ୍ଷୟ କୁମାର ମହାନ୍ତି,ସଂପାଦକ ସାରଦା ପ୍ରସନ୍ନ ଓଝା, କାର୍ଯ୍ୟକାରୀ ସଂପାଦକ ବିଶ୍ବରଂଜନ ରାଉତ, ସହ ସଂପାଦକ ଶରତ ଚନ୍ଦ୍ର ରାଉତ, ସଂଯୋଜକ ମନୋରଞ୍ଜନ ଦାସ, ସାଙ୍ଗଠନିକ ସଂପାଦକ ଜ୍ୟୋତିରଞ୍ଜନ ସାହୁ ,  ସହ ସାଙ୍ଗଠନିକ ସଂପାଦକ ଦୁଃଶାସନ ଦିକ୍ଷୀତ୍ , କୋଷାଧ୍ୟକ୍ଷ ରଶ୍ମୀରଂଜନ ମଲ୍ଲିକ, ସହ କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ସ୍ବାଇଁ, ଗଣମାଧ୍ୟମ ସଂଯୋଜକ ଉଦୟଭାନୁ ସ୍ବାଇଁ , ଉପଦେଷ୍ଟା ପ୍ରାକ୍ତନ ଶିକ୍ଷକ ଫକୀର ଚରଣ ସ୍ବାଇଁ, ସଚିନ୍ଦ୍ର କୁମାର ବିଶୋଇଙ୍କୁ କର୍ମକର୍ତ୍ତା ଭାବେ ନିର୍ବାଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଜିତେନ୍ଦ୍ର କୁମାର ସେଠୀ, କାଶୀନାଥ ବେହେରା, ପ୍ରଭାତ କୁମାର ସ୍ଵାଇଁ , ପିତାମ୍ଵର ପରିଡ଼ା,ଶ୍ୟାମ ସୁନ୍ଦର ସିଂ, ପ୍ରଦୀପ କୁମାର ସ୍ଵାଇଁ , ଜୀବନ କୁମାର ପଲାଇ , ହିମାଂଶୁ ଭୂଷଣ ମହାନ୍ତି, କମଳ ଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ