କବିତା ସଂକଳନ “ଶବ୍ଦର ତାଜମହଲ ” ଲୋକାର୍ପଣ

ଗୁଣପୁର(ୱାଇଏନଏସ): ରବିବାର ଦିନ ରାୟଗଡ଼ ସହର ସଦରମହକୁମା ସ୍ଥିତ,ରୟତ କଲୋନୀର ଶ୍ରୀ ସତ୍ୟ ସାଇ ମନ୍ଦିର ପ୍ରାଙ୍ଗଣରେ, ଏକ ଭବ୍ୟ ସମାରୋହରେ,କବି ସୁବାସ ଚନ୍ଦ୍ର ବେହେରାଙ୍କ ତୃତୀୟ କବିତା ସଂକଳନ “ଶବ୍ଦର ତାଜମହଲ ” ଲୋକାର୍ପଣ ହୋଇ ଯାଇଅଛି l କବି ଶ୍ରୀଯୁକ୍ତ ବେହେରାଙ୍କ ଜନ୍ମ କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଲକର ଅଥଙ୍ଗା ଗ୍ରାମରେ l ମାତ୍ର ସେ ଦୀର୍ଘ ପନ୍ଦର ବର୍ଷ ଧରି ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟ ରତ ଅଛନ୍ତି l ରାୟଗଡ଼ର ମାଟି ପାଣି ପବନ ପାହାଡ଼ ଝରଣା ଓ ସୁନ୍ଦର ପ୍ରକୃତି ତାଙ୍କ ଭିତରେ ଥିବା କବି ସତ୍ତାକୁ ଉଦବୁଦ୍ଧ କରି ତାଙ୍କ କବି ଚେତନାକୁ ନୂତନ ଦିଗଦର୍ଶନ ଦେଇ ଥିଲା l ଉକ୍ତ ଉତ୍ସବରେ ଗଞ୍ଜାମ ଜିଲ୍ଲାରୁ  ବିଶିଷ୍ଟ ସାହିତ୍ୟିକ ଶ୍ରୀ ଯୁକ୍ତ ଗୌର ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ସତ୍ୟ ନାରାୟଣ ରାଜଗୁରୁ , ସନ୍ନମାନନୀତ ଅତିଥି ଭାବେ ଶିଶୁ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ, ଅନ୍ୟ ମାନଙ୍କ ମଧ୍ୟରେ କବି ଡକ୍ଟର ରତି ରଞ୍ଜନ  ଦାସ,କବି ତଥା ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ଶିକ୍ଷକ ଜୟଦେବ ସିଠ, କବି ଲେଖକ ସୁବକ୍ତା ଶ୍ରୀଧର ପଟ୍ଟନାୟକ, କବି କଲ୍ୟାଣୀ ସାସମଲ, କବି ମହେଶ୍ୱତା ପାଣିଗ୍ରାହୀ, କବି ତ୍ରିବେଣୀ ମିଶ୍ର, କବି ସସ୍ମିତା ଅଚlର୍ଯ୍ୟ, ହୃଷିକେଶ ରଥ, କବି ଅରୁଣ ଲେଙ୍କା, କବି ଅରୁଣ ପାଣିଗ୍ରାହୀ, କବି ପଦ୍ମିନୀ ମିଶ୍ର  ପ୍ରମୁଖ ଯୋଗ ଦେଇଥିଲେ l ମଞ୍ଚ ପରିଚାଳନା କରିଥିଲେ କବି ପ୍ରଦୀପ୍ତ ନାୟକ, କବୀ ସସ୍ମିତା ଦାସl  ଉତ୍ସବ ଶେଷରେ କବି ଶ୍ରୀଧର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରି ସଭା ଶେଷ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ