ଉମା ଓଝାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଗୀତା ଯଜ୍ଞ
ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବେଣାପଡା ଗ୍ରାମର ଉମା ଓଝାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ରବିବାର ଗୀତା ଯଜ୍ଞ ମୁଣ୍ଡାଳସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି | ଉମା ଓଝା ଜଣେ ପରୋପକାରୀ ମିଷ୍ଟଭାଷୀ, ଧର୍ମପରାୟଣ ମହିଳା ଭାବେ ବେଶ ଜଣାଶୁଣା ଥିଲେ । ଏହି ଗୀତା ଯଜ୍ଞରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ପ୍ରଶାନ୍ତ ମୁଦୁଲି , ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ , ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ଜୋନ ୨ ର ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା ,ଘୋଡ଼ାଂଶ ପଞ୍ଚାୟତ ସମିତି ସଭ୍ୟ ତରୁଣକାନ୍ତ ବାରିକ , ସରପଞ୍ଚ ନିହାର ରଞ୍ଜନ ବସ୍ତିଆ, ଅଲଣା ସରପଞ୍ଚ ଚନ୍ଦ୍ରମଣି ବେହେରା , ସଭ୍ୟା ସାଗରୀକା ଦାସ ,ନାଏବ ସରପଞ୍ଚ ରଶ୍ମିତା ଦାସ, ପୂର୍ବତନ ସରପଞ୍ଚ ସୁଶାନ୍ତ ମଲ୍ଲିକ, ନୂଆଗାଁ ସରପଞ୍ଚ ଦୋଳଗୋବିନ୍ଦ ରାଉଳ , ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି ସଭ୍ୟ ନିହାର ରଞ୍ଜନ ମହାନ୍ତି, ଯୁବନେତା ପ୍ରଦୀପ୍ତ ସ୍ୱାଇଁ, ପ୍ରଶାନ୍ତ ମିଶ୍ର ,ସମାଜସେବୀ ଦେବାଶିଷ ଦାସ, ସରୋଜ ବର୍ଦ୍ଧନ , ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ମହାନ୍ତି , ପ୍ରଭାକର ଷଡ଼ଙ୍ଗୀ ,ସଅଁରା ବିଜେପି ନେତା ବିକ୍ରମ ଜେନା , ପାରା ପାଣି,ସଞ୍ଜୟ ନାୟକ , ଭାଗବତ କାଣ୍ଡି , ବସନ୍ତ ପାଢୀ , ସୁନୀଲ ମାଟିଆ , ଶିବ ମଲ୍ଲିକ ଆଦି ଯୋଗ ଦେଇଥିଲେ।


