ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ
ଆସିକା (ୱାଇଏନ୍ଏସ୍) :ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସ୍ନେହ ଓ ବନ୍ଧନର ପର୍ବ ରାକ୍ଷୀ ପୂର୍ଣ୍ଣିମା ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନା ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ସୁନିଲ୍ କୁମାର ଗୌଡଙ୍କ ସଂଯୋଜନାରେ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମିଶ୍ର, ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ଉପସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଆଚାର୍ଯ୍ୟ ଦାଶରଥୀ ମହାପାତ୍ର ପ୍ରମୁଖ ଯୋଗଦେଇ ରକ୍ଷାବନ୍ଧନ ଉତ୍ସବ ପାଳନ ଉତ୍ସବ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ପୁରାତନ ପରମ୍ପରା ଅନୁଯାୟୀ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଗୋମାତା ପୂଜାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ପ୍ରଭାସ କୁମାର ସାହୁ, ଜଟାଧାରୀ ମହାନ୍ତି, ରବିନ୍ଦ୍ର କୁମାର ସାହୁ, ରାଜାରାମ ଦାଶ, କୃତିବାସ ମହାପାତ୍ର, ଅନନ୍ତ ନାରାୟଣ ପଣ୍ଡା, କିରଣ କୁମାର ଜେନା, ମନୋରଂଜନ ଜେନା, କାହ୍ନୁଚରଣ ମହାନ୍ତି, ଭଗବାନ ସାହୁ, ଦିଲୀପ କୁମାର ରେଡି, ବସନ୍ତ କୁମାର ପାଣିଗ୍ରାହୀ, ଗୁରୁମା ଗୀତାଞ୍ଜଳୀ ପଟ୍ଟନାୟକ, ଗୀତାଞ୍ଜଳୀ ସାବତ, ସୁଚିତ୍ରା ମହାପାତ୍ର, ସୂର୍ଯ୍ୟକାନ୍ତି ସିୟ, ପ୍ରମିତା ଦାଶ, ଶୁଭଶ୍ରୀ ମହାପାତ୍ର, ସସ୍ମିତା ହୋତା, କଳ୍ପନା ମିଶ୍ର, ସ୍ୱପ୍ନାରାଣୀ ସାହୁ, ମମତା ଦାଶ, ଅନିତା ତ୍ରିପାଠୀଙ୍କ ସମେତ ଗୁରୁଜୀ ଗୁରୁମାମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ସୁନିଲ୍ କୁମାର ଗୌଡଙ୍କ ପରାମର୍ଶକ୍ରମେ ବହୁ ଗୁରୁଜୀ ଗୁରୁମା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଗସ୍ତ କରି ଆବାଳ ବୃଦ୍ଧବନିତାଙ୍କ ହାତରେ ସ୍ନେହ ଓ ବନ୍ଧନର ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ଉତ୍ସବର ଶୁଭକାମନା ଜଣାଇଥିଲେ । ଏହି ଅବସରରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଗୋପୂଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗୁରବାର ରାକ୍ଷୀପୂର୍ଣ୍ଣିମା ଉତ୍ସବ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି । ରାକ୍ଷୀ ପୂର୍ଣ୍ଣିମା ହିନ୍ଦୁ ସଂପ୍ରଦାୟର ଏକ ଅନ୍ୟତମ ମହାନ୍ ପର୍ବ ରୂପେ ପରିଗଣିତ ହୋଇଥାଏ । ରକ୍ଷାବନ୍ଧନ ଉତ୍ସବକୁ ନେଇ ଆସିକା ଅଂଚଳରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା ।


