ଶାନ୍ତିଶକ୍ତି ଭବନରେ ଦାଦୀ ପ୍ରକାଶମଣିଜୀଙ୍କ ଅବ୍ୟକ୍ତ ସ୍ମୃତି ଦିବସ
ଆସିକା (ୱାଇଏନ୍ଏସ୍) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ପରିସରରେ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ମୁଖ୍ୟ ପ୍ରଶାସିକା ଦାଦୀ ପ୍ରକାଶମଣିଜୀଙ୍କ ୧୯ତମ ଅବ୍ୟକ୍ତ ସ୍ମୃତି ଦିବସ ଗୁରବାର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଦାଦୀ ପ୍ରକାଶମଣିଜୀଙ୍କ ସ୍ମୃତିଚାରଣ କରିବା ସହିତ ସେ କିପରି ନିଜର ଈଶ୍ୱର ପ୍ରେମ ତଥା ବିଶ୍ୱାସ ବଳରେ ସାରା ବିଶ୍ୱରେ ନାରୀ ଶକ୍ତିକୁ ଜାଗ୍ରତ କରି ସଶକ୍ତ କରିବା ତଥା ପରମାତ୍ମାଙ୍କ ଦୈବୀ ସାମ୍ରଜ୍ୟ ସ୍ଥାପନାର ଲକ୍ଷ୍ୟକୁ ସାକାର କରିବା ଦଗିରେ ପ୍ରୟାସ କରି ଆଜି ସାରା ବିଶ୍ୱର ୧୪୦ଟି ଦେଶରେ ଆଧ୍ୟାତ୍ମିକ କ୍ରାନ୍ତି ସୃଷ୍ଟି କରି ଶାନ୍ତି ମୈତ୍ରୀର ସନ୍ଦେଶ ପ୍ରଦାନ କରିବା ଦିଗରେ ଏକକ ଓ ଅଦ୍ୱିତୀୟ ଅନୁଷ୍ଠାନ ରୂପେ ପ୍ରସିଦ୍ଧି ଲାଭ କରିଥିଲେ ତାହାରି ଉପରେ ଆଲୋକପାତ କରିଥିଲେ । ଏହି ଅବ୍ୟକ୍ତ ସ୍ମୃତି ଦିବସ ପାଳନ କାର୍ଯ୍ୟକ୍ରମରେ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ଆସିକା ପ୍ରେସ୍କ୍ଳବର ସଭାପତି ସତ୍ୟନାରାୟଣ ରଥ, ଅବସରପ୍ରାପ୍ତ ଶିକ୍ଷକ ମିହିରକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଦାଦୀ ପ୍ରକାଶମଣିଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ପଞ୍ଚାୟତ୍ରୀ, ନିରଞ୍ଜନ, ବୁଲୁ, ବସନ୍ତ, ଘନଶ୍ୟାମ, ରାଧାଶ୍ୟାମ, ମଙ୍ଗୁଳୁ, ବ୍ରହ୍ମାକୁମାରୀ ସୁଜ୍ଞାନୀ, ଭାଗ୍ୟଲତା, ଜ୍ୟୋତି, ନିଳିମା, ଆସିନା, ସ୍ମିତାରାଣୀ, କସ୍ତୁରୀ, ଧରଣୀ, ବନିତା ପ୍ରମୁଖ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ପ୍ରକାଶମଣିଙ୍କ ୧୯ତମ ପୂଣ୍ୟ ତିଥି ଅବସରରେ ଅନୁଷ୍ଠିତ ଅବ୍ୟକ୍ତ ସ୍ମୃତି ଦିବସ ପାଳନ ଅବସରରେ ବ୍ରହ୍ମାକୁମାରୀ ରାଜଯୋଗିନୀ ସୁଜ୍ଞାନୀ ଭଉଣୀ ସହଜ ରାଜଯୋଗର ଅଭ୍ୟାସ କରାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


