ପ୍ରାଥମିକ ଶିକ୍ଷକ ସଂଘ ଆସିକା ଶାଖାର ବୈଠକ
ଆସିକା (ୱାଇଏନ୍ଏସ୍): ରାଜ୍ୟର ଅନ୍ୟତମ ସର୍ବବୃହତ୍ ଶିକ୍ଷକ ସଂଘ ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ଅନନ୍ୟ ଉଦାହରଣ ସାଜିଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (ଏୟୁପିଟିଏଫ୍) ଆସିକା ଶାଖା ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଆୟୋଜିତ ହେବାକୁ ଥିବା ଗୁରୁଦିବସ ପାଳନ କାର୍ଯ୍ୟକ୍ରମକୁ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ସଂପନ୍ନ କରିବା ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆସିକା ଶାଖା ପକ୍ଷରୁ ଆସନ୍ତା ଗୁରୁଦିବସରେ ଅନୁଷ୍ଠିତ ହେବାକୁ ଥିବା ଗୁରୁଃ ସାକ୍ଷାତ ପରମ୍ବ୍ରହ୍ମ କାର୍ଯ୍ୟକ୍ରମ ଏବଂ ଆଦର୍ଶ ଗୁରୁସମ୍ମାନ-୨୦୨୬କୁ ସଫଳତାର ସହ ପାଳନ କରିବା ଲାଗି ଗୁରବାର ଅପରାହ୍ନରେ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆସିକା ଶାଖାର ସଭାପତି ଶିବରାମ ଗୌଡଙ୍କ ଅଧ୍ୟକ୍ଷତା ଏବଂ ସଂଘର ସଂପାଦକ ଅର୍ଜୁନ ନାହାକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସଂଘର ସଦସ୍ୟ ବ୍ରଜମୋହନ ପାତ୍ର, ଭବାନୀ ପାତ୍ର, ସନ୍ତୋଷ କୁମାର ସେଠୀ, ଅମୀୟସିନ୍ଧୁ ମୁନି, ଅର୍ଜୁନ ସ୍ୱାଇଁ, ପାଣ୍ଡବ ନାୟକ, ଗୁରୁପ୍ରସାଦ ଗୌଡଙ୍କ ସମେତ ବହୁ ସକ୍ରିୟ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।


