ସାଧାରଣ ଲୋକଙ୍କ ଭୋଟ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ସେପ୍ଟେମ୍ବର ୧ରେ ବିଜେଡି ଦଳ ତରଫରୁ ଧାରଣା

ଧାମନଗର (ଓ୍ବାଇଏନଏସ): ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ କାଟିବା ପାଇଁ ଜାଲିଆତି ଓ ଚଞ୍ଚକତା କରାଯାଉଥିବା ନେଇ ଧାମନଗର ନଗର ବିଜୁ ଜନତା ଦଳ ଗୁରୁତର ଅଭିଯୋଗ ଆଣିଛି। ECI No.7ର ଦୁରୁପଯୋଗ କରି BLOମାନଙ୍କଠାରୁ OTP ନେଇ ଭୋଟର ତାଲିକାରେ କାରସାଦି କରାଯାଉଥିବା ଅଭିଯୋଗ କରି ଏହାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ଏନେଇ ଧାମନଗର ନଗର ବିଜେଡି ସଭାପତି ବିଜୟ କେତନ ସାହୁ ଧାମନଗର ଥାନା ଆଇଆଇସିଙ୍କ ନିକଟରେ ଧାରଣା ସମ୍ପର୍କରେ ଅଭିଯୋଗ ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ, ଜାଲିଆତି ଓ ଚଞ୍ଚକତା ମାଧ୍ୟମରେ ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ ବାଦ୍‌ ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଦଳ ଅଭିଯୋଗ କରିଛି।ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଧାମନଗର ନଗର ବିଜେଡି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଏନ ଏ ସି ଏବଂ ଥାନାରେ ଦଳ ତରଫରୁ ଲିଖିତ ଜଣାଇଛନ୍ତି ସୂଚନା ମିଳିଛି। ସାଧାରଣ ଲୋକଙ୍କ ଭୋଟ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି। ଘଟଣାର ନିରପେକ୍ଷ ତଦନ୍ତ କରି ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦଳ ଦାବି କରିଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗାଯୋଗ କରିବାରୁ ୭ନମ୍ବର ଫର୍ମ ଜନସେବା କେନ୍ଦ୍ର ମାଧ୍ୟମରେ ଦେଇଛନ୍ତି। ସେଥିରେ (ବି.ଏଲ୍.ଓ) ମାନେ ଯାହା ନିଷ୍ପତ୍ତି ନେଇ ପାରିବେ ଆମର କିଛି କରିବାର ନାହିଁ ବୋଲି ଅଧିକାରୀ ସନ୍ତୋଷ କୁମାର ନାୟକ ତାଙ୍କ ପ୍ରତିକ୍ରିୟା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ