ଗୋଷ୍ଠୀ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଗତି ମଞ୍ଚ ତରଫରୁ ସ୍ବାଗତ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ)ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ତଥା ଶିଶୁ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ପାଣିଗ୍ରାହୀଙ୍କୁ ମୁନିଗୁଡ଼ା ପ୍ରଗତି ମଞ୍ଚ ତରଫରୁ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ସ୍ବାଗତ ଜଣାଇଥିବା ଜଣାପଡିଛି। ଏହି ଅବସରରେ ପ୍ରଗତି ମଞ୍ଚ ସଭାପତି ସିଏଚ.ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ସଂଯୋଜନାରେ ଏକ ପ୍ରତିନିଧି ମଣ୍ଡଳୀ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରି ସମ୍ମାନ ଜଣାଇଥିଲେ। ପରେ ମୁନିଗୁଡା ଅଞ୍ଚଳରେ ଥିବା ଅନେକ ଅଭାବ ଅସୁବିଧା ସଂପର୍କରେ ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଏଥିସହ ମୁନିଗୁଡ଼ା ଜନ ସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ମଞ୍ଚର ସଦସ୍ୟ ମାନେ ଆଶାବ୍ୟକ୍ତ କରିଛନ୍ତି। ସୁପରିଟେଣ୍ଡେଣ୍ଟ ଶ୍ରୀ ପାଣିଗ୍ରାହୀ ଆପୂର୍ବରୁ ରାଜଗାଙ୍ଗପୁର ମେଡିକାଲରେ ଥିଲେ ସେ ଜଣେ ସଫଳ ଶିଶୁ ରୋଗ ବିଶେଷଜ୍ଞ ଭାବେ ଚିକିତ୍ସା କ୍ଷେତ୍ରରେ ସୁପରିଚିତ। ଏହି ଆଲୋଚନା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଗତି ମଞ୍ଚର ସହ ସମ୍ପାଦକ ମନୋରଞ୍ଜନ ଦଳାଇ, ଉପଦେଷ୍ଟା ପ୍ରଦୀପ କୁମାର ପତିଛା,ସୁଦାମ ଚରଣ ପଣ୍ଡା,ବାଲାଜୀ ପାତ୍ର,ସୁଧାକର ମହାରଣା, ଆନନ୍ଦ ରାଓ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥଲେ।


