ସ୍ୱାୟତ୍ତ ଶାସନ ଦିବସ ପାଳନ ଉତ୍ସବ ୨୦୨୬
ବାଲେଶ୍ବର(ସରୋଜ ପଣ୍ଡା): ଆଜି ହେଉଛି ପୌରପାଳିକା ର ୧୫୦ ତମ ସ୍ୱାୟତ୍ତ ଶାସନ ଦିବସ ପାଳନ ଉତ୍ସବ ୨୦୨୬ ର ଦ୍ୱିତୀୟ ଦିନ । ସନ୍ଧ୍ୟା ୫.୦୦ ଘଟିକା ସମୟରେ ଅତିଥି ମାନଙ୍କ ପ୍ରଦୀପ ପ୍ରଜ୍ୱଳନ ପରେ ଆଜିର କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା । ଆଜିକାର ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇଥିଲେ । ମାନ୍ୟବର ଅଧ୍ୟକ୍ଷା, ବାଲେଶ୍ୱର ପୌରପାଳିକା ଶ୍ରୀମତୀ ସବିତା ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ତାଙ୍କ ସହିତ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାଲେଶ୍ୱର ପୌରପାଳିକା ଶ୍ରୀଯୁକ୍ତ ସିରିଆଲ ପଟେଲ, ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପଣ୍ଡା ଏବଂ ବାଲେଶ୍ୱର ସହରର କାଉନସିଲର ମାନେ ମଞ୍ଚାସିନ ଥିଲେ। ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନାଗରିକଙ୍କ ନିକଟରେ ପ୍ରଶାସନ ଓ ମୌଳିକ ସେବା ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ନଗରାଞ୍ଚଳର ସୁପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଓ ଆଲୋକୀକରଣ, ନାଗରିକ ସୁବିଧା ଏବଂ ନଗରର ସାମଗ୍ରିକ ବିକାଶରେ ପୌରପାଳିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


