କଲେଜରେ ଏଡସ ସଚେତନତା କାର୍ଯ୍ୟକ୍ରମ

ପୋଲସରା(ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏନଏସଏସ ର ମିଳିତ ଆନୁକୂଲ୍ୟରେ ଇଣ୍ଟେନସିଫାଇଡ ଆଇସି କ୍ୟାମ୍ପେନ ଦ୍ୱାରା ଏଡସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ମୂଳକ କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ତଥା ସମ୍ପାଦକ ଡ଼ଃ ଭଗବାନ ତ୍ରିପାଠୀ ଶୁଭ ଉଦଘାଟନ କରିବା ସହ ଏଡସ ରୋଗର ଲକ୍ଷଣ, ନିରାକରଣ ଏବଂ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ମତପୋଷଣ କରିଥିଲେ। ସମ୍ମାନିତ ଅତିଥି ଭାବରେ ଶିକ୍ଷା ବିଭାଗର ମୁଖ୍ୟ ତଥା ଏନଏସଏସ ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପୋଲସରାର ଆଇସିଟିସି କାଉନ ସେଲର ମନୋଜ କୁମାର ଜେନା, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦେବାଶିଷ ସ୍ୱାଇଁ, ଅରୁଣା ସଂଗଠନର ଜୋନାଲ ସୁପରଭାଇଜର ବାଳକୃଷ୍ଣ ସାହୁ, କ୍ଲଷ୍ଟର ଲିଙ୍କ ୱାର୍କର ଟିକି ପ୍ରଧାନ, କିରନ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଏଡସ ରୋଗର ଲକ୍ଷଣ,ଏଚଆଇଭି ଏଡସ ପରୀକ୍ଷାର ଆବଶ୍ୟକତା ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରି ସଚେତନତା ହିଁ ଏଡ଼ସ ନିରାକରଣ ସମ୍ଭବ ବୋଲି ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ଅଧ୍ୟାପକ  ଦେବାଶିଷ ସ୍ୱାଇଁ ସଂଯୋଜନା କରିଥିବା ବେଳେ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ