ଯଶୋଦା ଫାଉଣ୍ଡେସନ ପକ୍ଷରୁ ବଡ଼ପୁଟି ଗ୍ରାମ ରେ ବୃକ୍ଷରୋପଣ ଓ ଚାରା ବଣ୍ଟନ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ୍ କାଳିପଲ୍ଲୀ ପଞ୍ଚାୟତର ବଡ଼ପୁଟି ଗ୍ରାମରେ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ‘ମା’ ପାଇଁ ଗଛଟିଏ’ ବାର୍ତ୍ତା ନେଇ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। ଟ୍ରଷ୍ଟ ମୁଖ୍ୟ ସାଗରୀକା ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଯୁବ କାଉନ୍ସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ ର ସଭାପତି ଦେବାଶିଷ ମିଶ୍ର ଓ ଆଇନଜୀବୀ ଡଃ ପ୍ରଶାନ୍ତ କୁମାର ଶତପଥୀ ଯୋଗଦେଇଥିଲେ। ଏହି ଅବସରରେ ୩୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନଡ଼ିଆ, ଅଁଳା, ଓଉ, ଅର୍ଜୁନ, ରକ୍ତଚନ୍ଦନ ଓ ଲେମ୍ବୁ ଆଦି ୨୦୦ରୁ ଊର୍ଦ୍ଧ୍ୱ ଚାରା ବଣ୍ଟନ କରାଯାଇଥିଲା। ଫାଉଣ୍ଡେସନ୍‌ର ଏହି ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ କୁ ଟ୍ରଷ୍ଟି ଶ୍ରୀମତୀ ପଣ୍ଡା ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ