ଗୁରୁଦିବସ ପାଳିତ

ହାଟଡିହି  (ଓ୍ବାଇଏନଏସ): ଶାସଙ୍ଗସ୍ଥିତ ବାଇଧର ନୋଡାଲ ଉପ୍ରା ବିଦ୍ୟାଳୟରେ ଗୁରୁଦିବସ ଉତ୍ସବ ଆନନ୍ଦର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବରେ ସି.ଆର.ସି.ସି ଅଞ୍ଜନ କୁମାର ଦାଶ, ପୂର୍ବତନ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ବିଦ୍ୟଳୟ ପରିଚାଳନା କମିଟିର ଅଧକ୍ଷା ନିରୁପମା ଜେନା, ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ଣ ବେହେରା ପ୍ରମୁଖ ଯୋଗଦେଇ ଠିଲେ।  ଏହି ଅବସରରେ ପ୍ରଥମେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍‌ ଡ. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଦ୍ୟାଳୟ ପରିସରରେ ଆୟୋଜିତ ଗୁରୁଦିବସ କାର୍ଯ୍ୟକ୍ରମରେ ଶିକ୍ଷକ-ଶିକ୍ଷୟିତ୍ରୀ, ଅତିଥି ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଗୁରୁଙ୍କ ମହତ୍ତ୍ୱ ଓ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଗୁରୁଦିବସର ମହତ୍ତ୍ୱ ବୁଝାଇବା ସହ ଜୀବନରେ ଶୃଙ୍ଖଳା, ନୀତି, ମାନବିକତା ଓ ଉତ୍ତମ ଚରିତ୍ର ଗଠନ ପାଇଁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷୟତ୍ରୀ କୁମୁଦୁନୀ  ସାମଲ, ଲଳିତ କୁମାର ବିଶ୍ୱାଳ,ନିରଞ୍ଜନ ଖଣ୍ଡା,ସସ୍ମିତା ରାଣୀ ଦାଶ, ମାମିନା ପ୍ରଧାନ,ସତ୍ୟବ୍ରତ ବେହେରା,  ପ୍ରତାପ ଯେନା, ଶିଶୁ ବାଟିକା ସୀତାରାଣୀ ଜେନା ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ