ଶିରିଝୋଲି ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତ ବୁଡୁଙ୍କୁ ଆଜୀବନ କାରାଦଣ୍ତ

ଗୁଣପୁର: ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ବିଚାର କରି ମାନ୍ୟବର ବିଚାରପତି ଦେବଦତ୍ତ ପଟନାୟକ ଅଭିଯୁକ୍ତ   ସିଗିପୁରାପରମ ବୁଡୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।  ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଅନୁଯାୟୀ ଅଭିଯୁକ୍ତ ବୁଡୁଙ୍କୁ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ ଜିଲ୍ଲା ଦୋୖରା ଜର୍ଜ ଶ୍ରୀ ପଟ୍ଟନାୟକ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ  ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମାନ୍ୟବର କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ଏହି ବିଚାରଣାରେ ମୋଟ ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଈଶ୍ୱର ଚନ୍ଦ୍ର ଗମାଙ୍ଗ ମାମଲା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଷ୍ଟେଟ୍‌ ଡିଫେନ୍ସ ଭାବେ ପ୍ରବୀଣ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।  ସୂଚନାଯୋଗ୍ୟ         ଗୁଣପୁର ଥାନା କେସ୍‌ ନମ୍ବର ୧୦୫/୨୦୨୩  କେସ୍‌ ନମ୍ବର ୫୪/୨୦୨୩ରେ ମାମଲାରୁ ପ୍ରକାଶ ଯେ, ୨୧ ଜୁଲାଇ ୨୦୨୩ ମଧ୍ୟରାତ୍ରିରେ ଅଭିଯୁକ୍ତ ଏସ. ବୁଡୁ ଶିରିଝୋଲି ଗ୍ରାମର ଏସ. ରମେଶଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏନେଇ ବୋଷି ବୁଜି ଗୁଣପୁର ଥାନାରେ ଏତଲା ଦେଇଥିଲେ। ଏହି ମାମଲାର ବିଚାରଣା ପରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ମାମଲାର ତଦନ୍ତ ଅଧିକାରୀ ଭାବେ ଇନ୍ସପେକ୍ଟର କଳ୍ପନା ବେହେରା ନିର୍ବାହ କରିଥିବା ବେଳେ ଗୁଣପୁର ଥାନାର ତତ୍କାଳୀନ ଆଇଆଇସି ଉତ୍ତମ କୁମାର ସାହୁ ତଦାରଖଦାୟିତ୍ୱ କରୁଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ