ଜିଆଇଇଟିରେ ଏଆଇସିଟିଇର ପକ୍ଷରୁ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ

ଗୁଣପୁର(ୱାଇଏନଏସ)  ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ  ଏ ଆଇ ସି ଟି ଇ ର (ଅଟଳ) ସହଯୋଗ ରେ“ ତଥ୍ୟ ବିଶ୍ଳେଷଣ ରୁ ମହା ବିକାଶ ଏବଂ ଶିଳ୍ପ କ୍ଷେତ୍ରରେ ପ୍ରୟୋଗାତ୍ମକ ଏ ଆଇ” ଶୀର୍ଷକରେ ଏକ ୧୨ ଦିନିଆ  ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମର  ଉଦଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସେପ୍ଟେମ୍ବର ୭  ରୁ ୧୨ ସେପ୍ଟେମ୍ବର ଏବଂସେପ୍ଟେମ୍ବର ୧୪–୧୯ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଚାଲୁ ରହିବ।ଏହି ଉଦଘାଟନୀ ଉତ୍ସବରେ ହାଇଦ୍ରାବାଦ ସ୍ଥିତ ଏଣ୍ଟରପ୍ରାଇଜ ମାଇଣ୍ଡସର ମଧୁ ଭଡ୍ଲାମାନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁପରକମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଡାଟା ସାଇନ୍ସ ସମେତ ଉନ୍ନତ କମ୍ପ୍ୟୁଟିଂ ଉପରେ ମତବ୍ୟକ୍ତ କରିଥିଲେ। ବିଶ୍ୱ ବିଦ୍ୟାଳୟର ଉପ କୁଳପତି ଡ ଗୌତମ ଘୋଷ ଯୋଗ ଦେଇ କମ୍ପ୍ୟୁଟରସଂପର୍କିତ ନୂତନ ପାଠ୍ୟକ୍ରମ ଏବଂ ଗବେଷଣା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ବାନ ଦେଇଥିଲେ।କମ୍ପ୍ୟୁଟେସନାଲ୍ ସାଇନ୍ସେସ୍‌ର ପ୍ରୋ-ଭାଇସ୍ ଚାନ୍ସେଲର ଡ. ବି. କେ. ତ୍ରିପାଠୀ ମଞ୍ଚାସୀନ ଥିଲେ।କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ.ଶିବ ପ୍ରସାଦ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ  କରିଥିବାବେଳେ ଡ ବିଦୁଷ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ