ଆଇ.ଆର.ଇ. ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ତରଫରୁ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା (ଆଇ.ଆର.ଇ) ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ତରଫରୁ ଉପଦେଷ୍ଟା ତଥା ସରକାରୀ ଓକିଲ ବ୍ରଜ ଆଚାର୍ଯ୍ୟ, ସହ ସମ୍ପାଦକ ମନୋରଞ୍ଜନ ବେହେରା, ସଦସ୍ୟ ଟୁଟୁ ନାୟକ ଓ ସୀମାଞ୍ଚଳ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଇ.ଆର.ଇ.ର ସିଏମଡି ତଥା ଅଧ୍ୟକ୍ଷ ଶାରଦା ଭୂଷଣ ମହାନ୍ତିଙ୍କୁ ଭେଟି ଆଇ.ଆର.ଇ.ରେ କାର୍ଯ୍ୟରତ କର୍ମଚାରୀଙ୍କର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ସେଥିମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ସମାନ ବେତନ, ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି, ସମସ୍ତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇବା, ବିଭିନ୍ନ ପ୍ରକାରର ଆନୁସଙ୍ଗିକ ସୁବିଧା ଯୋଗାଇ ନେଇ ଆଲୋଚନା କରିଥିଲେ l ସୂଚନାଯୋଗ୍ୟ, ଥରକୁ ଥର ଏହି ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀ ନିଜର ବିଭିନ୍ନ ଦାବି ନେଇ ବିଭିନ୍ନ ସମୟରେ ନେତା ତଥା ମନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ ତାହା ଫଳପ୍ରସୁ ନ ହୋଇ କେବଳ ସୌଜନ୍ୟ ମୂଳକ ସାକ୍ଷାତକାରରେ ରହିଯାଉଥିବାରୁ, ଏଥର ଏ ନେଇ ଶ୍ରୀ ମହାନ୍ତି କିଛି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମସ୍ତ କର୍ମଚାରୀ ଆଶାବାଦୀ ରହିଛନ୍ତି।


