ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ
ବନ୍ତ,(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ହରିହର ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବେଗନା ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ବାରିକ, ମୁଖ୍ୟ ବକ୍ତା ଭାବେ ବାସୁଦେବପୁର ଗୁଆଗଢିଆସ୍ଥିତ ରାସ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଟିଲୋ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଶୋକ କୁମାର ଦାସ, ନିଳୋକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଜେନ୍ଦ୍ର କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷା ସବିତା ରାଉତ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଶେଷଦେବ ଜେନା ଅତିଥି ପରିଚୟ ଓ ଶିକ୍ଷକ ଅମରେଶ ଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ରତିକାନ୍ତ ନାୟକ, ସୁରେନ୍ଦ୍ର କୁମାର ପଣ୍ଡା, ରାଜେଶ କୁମାର ଭୂୟାଁ, ଶିକ୍ଷୟିତ୍ରୀ ରାଧାରାଣୀ ସେଠୀ, ମିନତୀ ହେମ୍ବ୍ରମ ସହଯୋଗ କରିଥିଲେ l ଏଥିରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୪୩ ଅଭିନବ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ପରିବେଶ ସୁରକ୍ଷା, ସୌର ଶକ୍ତିର ବ୍ୟବହାର, ବର୍ଜ୍ୟବସ୍ତୁ ପରିଚାଳନା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଅନେକ ଆକର୍ଷଣୀୟ ମଡେଲ ସ୍ଥାନ ପାଇଥିଲା। ବିଚାରକ ଭାବେ ରାସବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ଜେନା ଦାୟିତ୍ୱ ତୁଲାଇଥିଲେ। ଉଦ୍ଯାପନୀ ସଭାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।


