ପରିବେଶ ସୁସ୍ଥ ରଖିବାକୁ ବୃକ୍ଷରୋପଣ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସ୍ଥାନୀୟ ବିରସ୍ୱତୀ ଗ୍ରାମର ଇଛାନାଥ ଆଶ୍ରମ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଆଶ୍ରମର ମହନ୍ତ ମହାରାଜ କୁଳମଣି ନାଥ ପ୍ରଥମେ ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସଂଯୋଜକ ଗୋଲଖ ଚନ୍ଦ୍ର ପଢିଆରୀ ଓ ଭାଗିରଥି ଜେନା ପ୍ରମୁଖ କେତେକ ଉତ୍ସାହି ବ୍ୟକ୍ତିଙ୍କ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯିବ ବୋଲି ସଂସଦର ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ