ସେପ୍ଟେମ୍ବର ୨୨ ରେ ଗୁଡାରୀ ବନ୍ଦ ଡ଼ାକରା

ଗୁଣପୁର (ୱାଇଏନଏସ) ରାୟଗଡା ଜିଲ୍ଲାର ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ୫୫ ବର୍ଷ ବିତିଯାଇଥିଲେ ମଧ୍ୟ  ସହରର ବିଶେଷ ଆଖି ଦୃଶିଆ ବିକାଶ ହୋଇନଥିବା ପ୍ରତିବାଦରେ  ଗୁଡାରି ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଯାଇଛି। ଗୁଡାରୀ ସହରର ବିଭିନ୍ନ ଦାବି ନେଇ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଗୁଡାରି ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ନିମନ୍ତେ ଚେତାବନୀ ଦିଆଯାଇଛି। ଆଜି କମିଟି ପକ୍ଷରୁ ରାୟଗଡା ଜିଲ୍ଲାପାଳଙ୍କ ଉଦେଶ୍ୟରେ ଲିଖିତ ସ୍ମାରକ ପତ୍ରକୁ ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଣ୍ଡାଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟ ଦାବି ଗୁଡିକ ମଧ୍ୟରେ   ବଂଶଧାରା ସେତୁର ସଂଯୋଗିକରଣ ରାସ୍ତା ନିର୍ମାଣ, ପୂର୍ତ୍ତ ବିଭାଗର ଦୁଇ ଥାକିଆ  ରାସ୍ତା ନିର୍ମାଣ କରି  ରାଜ୍ୟ ରାଜପଥକୁ ସଂଯୋଗ , କୋଟଗଡ଼ ପର୍ଯ୍ୟନ୍ତ ପଦ୍ମପୁର – ଗୁଡାରୀ – ରାଇବିଜି ରାସ୍ତାକୁ ଭାୟା ହାକୁଶପଙ୍ଗା, ପିଣ୍ଡାରିପି ଦେଇ କନ୍ଧମାଳ ଜିଲ୍ଲାକୁ ସମ୍ପ୍ରସାରଣ କରାଯାଇ ରାଜ୍ୟ  ରାଜପଥ ର ମାନ୍ୟତା ପ୍ରଦାନ, ଗୁଡ଼ାରୀ – ବିଷମକଟକ ମଧ୍ୟରେ ପୂର୍ବ ବିଭାଗର ଦୁଇ ଥାକିଆ ରାସ୍ତା ନିର୍ମାଣ, ଗୁଡାରୀ ଠାରୁ ଭୁବନେଶ୍ବର / କଟକ ପର୍ଯ୍ୟନ୍ତ ରାତ୍ର କାଳୀନ ସରକାରୀ ବସ୍ ସେବା ଯୋଗାଇଦେବା, ଗୁଡାରୀକୁ ବ୍ରହ୍ମପୁର – ଜୟପୁର ଏକ୍ସପ୍ରେସ ୱେ ରେ ସଂଯୋଗ ଇତ୍ୟାଦି ଦାବି ଗୁଡିକ ରହିଛି। ଜିଲ୍ଲା ପ୍ରଶାସନ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ଲିଖିତ ଭାବେ ଦାବି ପୂରଣ ନେଇ ନିର୍ଭର ପ୍ରତିଶ୍ରୁତି ନଦେଲେ ୨୨ ତାରିଖ ଦିନ ୧୨ ଘଣ୍ଟିଆ ଗୁଡାରି ବନ୍ଦ ପାଳନ କରାଯିବ ବୋଲି ଆନ୍ଦୋଳନ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ବନ୍ଦ ବେଳେ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟଳୟ, ଶିକ୍ଷାନୁଷ୍ଠାନ,ଯାନବାହନ ଚଳାଚଳ ଇତ୍ୟାଦି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଆନ୍ଦୋଳନରେ ସମସ୍ତ ଜନ ସାଧାରଣ ସହଯୋଗ କରିବାକୁ ନିବେଦନ କରାଯାଇଛି। ସ୍ମାରକ ପତ୍ର ପ୍ରଦାନ ସମୟରେ  ଗୁଡାରିର କେଦାର ସାହୁ, ଏମ ପ୍ରସାଦ, ପେଦିନା ରମେଶ,ପ୍ରମୋଦ କୁମାର ପତି ପ୍ରମୁଖ ଉପସ୍ଥିତ ରହିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ