ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

 ଗୁଣପୁର, (ୱାଇ ଏନ ଏସ): ରାୟଗଡା ଜିଲା ଗୁଡାରି ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଗୁଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ରବିବାର ଦିନ   ଏକ ଆଇନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପକ୍ସୋ ଆଇନ ଏବଂ ନାଲସା ପିଡ଼ିତା କ୍ଷତିପୂରଣ ଯୋଜନା-୨୦୧୮ ଉପରେ ଆଲୋକପାତ କରାଯାଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଗୁଣପୁର ଅଦାଲତର ଅତିରିକ୍ତ ଜିଲ୍ଲା ଦୋୖରା ଜଜ ଦେବଦତ୍ତ ପଟ୍ଟନାୟକ   ଯୋଗଦେଇ  କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନିଜ ଅଭିଭାଷଣରେ ଉପସ୍ଥିତ ସମସ୍ତଙ୍କୁ ପକ୍ସୋ ଆଇନର ବିଭିନ୍ନ ଦିଗ ଏବଂ ଯୌନ ନିର୍ଯାତନାରୁ ଶିଶୁମାନଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।  ‘ଗୁଡ ଟଚ’ (ଭଲ ସ୍ପର୍ଶ) ଓ ‘ବ୍ୟାଡ ଟଚ’ (ଖରାପ ସ୍ପର୍ଶ) ବିଷୟରେ ଆଲୋକପାତ କରିଥିଲେ।   ଏହି ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା ପ୍ରତ୍ୟେକ ନାଗରିକ, ଶିକ୍ଷକ, ଏବଂ ଅଭିଭାବକଙ୍କର ଏକ ପ୍ରମୁଖ ଦାୟିତ୍ୱ ବୋଲି ଅତିରିକ୍ତ ଜିଲ୍ଲା ଦୋୖରା ଜଜ ଶ୍ରୀ ପଟନାୟକ ଗୁରୁତ୍ବାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୁଣପୁର ସବ ଜଜ ସୁମିତ୍ରା ସାହୁ ଏବଂ ପଦ୍ମପୁର ଜେଏମଏଫସି  ତରୁଣ କୁମାର ସେଠି ଯୋଗଦେଇ ପୋକ୍ସ୍ ଆଇନର ଗୁରୁତ୍ୱ ଏବଂ ପିଡ଼ିତା କ୍ଷତିପୂରଣ ଯୋଜନା ମାଧ୍ୟମରେ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୁଣପୁର ଓକିଲ ସଂଘର ସଭାପତି ରମେଶ ଚନ୍ଦ୍ର ଲିମା  ପରିଚାଳନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଗୁଡାରି ବ୍ଲକ ସିଡ଼ିପିଓ ଅନିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଡାରି ଥାନା ଆଇଆସି ବିଶ୍ଵବନ୍ଧନୀ ବାଗ ସମେତ ମହିଳା, ବୁଦ୍ଧିଜୀବୀ,ସଚେତନ ନାଗରିକ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ