ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ମା ବିଶ୍ଵ ତାରିଣୀ ମନ୍ଦିରରେ ଦୀପଦାନ

ହାଟଡିହି (ଓ୍ବାଇଏନଏସ): ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଆନନ୍ଦପୁର ବିଜେପି ପକ୍ଷରୁ ଛେନାପଦିଛକ ସ୍ଥିତ ମା ବିଶ୍ଵ ତାରିଣୀ ମନ୍ଦିରରେ ସମୁହ ଦୀପଦାନ କରାଯାଇ  ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି। ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ଆଜି ଅପରାହ୍ନରେ  ଛେନାପଦିଛକ ସ୍ଥିତ ମା ବିଶ୍ଵ ତାରିଣୀ ମନ୍ଦିରରେ ପହଞ୍ଚି ଦୀର୍ଘ ନିରାମୟ ଜୀବନ କାମନା କରି ମା ତାରିଣୀଙ୍କ ନିକଟରେ ପୂଜାର୍ଚନା କରିବା ସହିତ ସମୁହ ଦୀପଦାନ କରିଥିଲେ। ଏଥିରେ ହରମୋହନ ଶାସିନି, ଯୁଧିଷ୍ଠିର ମଲ୍ଲିକ, ସୁଧାଂଶୁ ବିଶ୍ୱାଳ, ତାରିଣୀ ସେନାପତି, ତୃପ୍ତିମୟୀ ଜେନା,  ମିନତୀ ଧଳ ମହାପାତ୍ର , ସୁଶାନ୍ତ ଜେନା, ରୁଦ୍ର ପ୍ରସାଦ ଜେନା, ଶଶିକାନ୍ତ ରାଉତ, ଦୀପକ ଜେନା, ସୁନିଲ ନାୟକ, ସୌଭାଗ୍ୟ ସା, ମଣ୍ଟୁ ସେଠୀ, ସୁରେଶ ମହାନ୍ତି, ସୁରେନ୍ଦ୍ର ସାହୁଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇ ୭୬ ଦ୍ୱୀପ ଜାଳିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ