ମା’ଦୁର୍ଗାଦେବୀଙ୍କ ମନ୍ଦିରରେ ସାମୁହିକ ଦୀପଦାନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମାର୍ଶାଘାଇ ବ୍ଲକ ଅଧିନ କରିଲୋପାଟଣା ଗ୍ରାମସ୍ଥିତ ମା’ ଦୁର୍ଗାଦେବୀଙ୍କ ମନ୍ଦିରରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସାମୁହିକ ଆଶିର୍ବାଦ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି। ଏହି କାର୍ଯ୍ୟକ୍ରମରେ କରିଲୋପାଟଣା ମଣ୍ଡଳର ଶତାଧିକ ମହିଳା, ପୁରୁଷ ଓ ବିଜେପି କର୍ମକର୍ତ୍ତାମାନେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ବିଜେପି କର୍ମକର୍ତ୍ତା ସୂର୍ଯ୍ୟକାନ୍ତ ରାଉତ, ସନାତନ ବେହେରା ଓ ମହିଳା ମଣ୍ଡଳ ସଭାନେତ୍ରୀ ଜୟନ୍ତୀ ରାଉତରାୟଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଏଥିରେ ମଧୁବାବୁ ବିଚାରମଞ୍ଚ ଜିଲ୍ଲା ସଭାପତି କେଦାରନାଥ ସାମନ୍ତରାୟ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ କୃତି ଓ କିର୍ତ୍ତୀ ସହିତ ଦେଶପାଇଁ ଉତ୍ସର୍ଗୀକୃତ ତ୍ୟାଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଭାରତମାତାର ଜୟଧ୍ୱନୀରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇ ଉଠିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ