ସ୍କୁଲ ଯିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ
ହାଟଡିହି,(ଓ୍ବାଇଏନଏସ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଆଇତିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉତଙ୍କୁ ଆକ୍ରମଣ ହୋଇଛି l ଏନେଇ ପ୍ରଧାନ ଶିକ୍ଷକ ରାଉତଙ୍କ ଲିଖିତ ଅଭିଯୋଗ ହେବା ପରେ ଥାନାରେ ମାମଲା ନଂ ୩୫୮/୨୦୨୬ ପଞ୍ଜିକରଣ କରି ପୋଲିସ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି l କିନ୍ତୁ ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇଯାଇଥିବା ସୂଚନା ମିଳିଛି l ଅଭିଯୋଗ ଅନୁସାରେ ପ୍ରଧାନ ଶିକ୍ଷକ ରାଉତ ସ୍କୁଲ ଯାଉଥିବା ବେଳେ ଆଇତିପୁର ଗ୍ରାମର ଅଭିଯୁକ୍ତ ସୁଶାନ୍ତ ଦାସ ଏବଂ ଶରତ ଦାସ ତାଙ୍କୁ ଅଟକାଇ ଥିଲେ l ପ୍ରବଳ ମାଡ଼ ମାରିବା ସହ ଖରାପ ଭାଷାରେ ଗାଳି, ଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ l ଅପର ପକ୍ଷେ ଅଭିଯୁକ୍ତ ସୁଶାନ୍ତଙ୍କ ପତ୍ନୀ ରଶ୍ମି ରେଖାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ପାଲଟା ମାମଲା ନଂ ୩୫୯/୨୦୨୬ ପ୍ରଧାନ ଶିକ୍ଷକଙ୍କ ନାମରେ ପଞ୍ଜିକରଣ କରିଛି l ପ୍ରଧାନ ଶିକ୍ଷକ ଟଙ୍କା ନେଇ ଫେରାଉ ନଥିବା ଅଭିଯୋଗରେ ଉଲ୍ଲେଖ ରହିଛି l


