ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର ଓ କନିଷ୍ଠ ରାଜସ୍ୱ ସହାୟକ

କଟକ, (ଓ୍ବାଇଏନଏସ): ଅଙ୍ଗନବାଡ଼ି କର୍ମୀଙ୍କ ଘର ଭଡ଼ା ରିଲିଜ୍ କରିବା ପାଇଁ ଲାଞ୍ଚ। ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରା ପଡିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସିଡ଼ିପିଓ ଅଧୀନ ICDSର ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା ଓ ସୁପରଭାଇଜର ବି. ଉମା ପାତ୍ର। ଟଙ୍କା ନେଲା ବେଳେ ଉଭୟଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ। ଅଙ୍ଗନବାଡ଼ି କେନ୍ଦ୍ରର ୧୧ ମାସର ଭଡ଼ା ବାବଦ ବିଲ ରିଲିଜ୍ କରିବାକୁ ବି ଉମା ଓ ନରସିଂହ ଜଣେ ଅଙ୍ଗନବାଡି କର୍ମୀଙ୍କୁ ୩୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ବିଲ୍ ରିଲିଜ ନ କରିବାକୁ ଧମକ ବି ଦେଇଥିଲେ। ଏନେଇ ଅଙ୍ଗନବାଡି କର୍ମୀ ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଗତକାଲି ଲାଞ୍ଚ ଟଙ୍କା ନେଉଥିବା ବେଳେ ସେମାନଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା। ଅଭିଯୁକ୍ତ ମାନଙ୍କ ନିକଟରୁ ରଙ୍ଗବୋଳା ୩୦ ହଜାର ଟଙ୍କା ଜବତ କରିବା ସହ ଆୟ ବହିଃର୍ଭୁତ ସମ୍ପତି ଠୁଳ ସନ୍ଦେହରେ ଭିଜିଲାନ୍ସ ସେମାନଙ୍କ ବାସଭବନରେ ଚଢାଉ କରିଥିଲା। ଭିଜିଲାନ୍ସ ଜାଲ ବିଛାଇ ଧରିବା ଘଟଣା ପରେ ଉଭୟ ଅଭିଯୁକ୍ତଙ୍କ ଆୟବହିର୍ଭୂତ ସମ୍ପତ୍ତି (DA) ଦିଗରୁ ତଦନ୍ତ ପାଇଁ ସେମାନଙ୍କ ବାସଭବନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୦, ତାରିଖ ୧୯.୦୯.୨୦୨୬ରେ ଦୁର୍ନିତ ନିବାରଣ ଆଇନ, ୧୯୮୮ର ଧାରା ୭ (୨୦୧୮ ସଂଶୋଧନ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତ ବି. ଉମା ପାତ୍ର ଓ ନରସିଂହ ବେହେରାଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଏନେଇ ବିସ୍ତୃତ ରିପୋର୍ଟ ପରେ ପ୍ରକାଶ ପାଇବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ