ପ୍ରାଥମିକ ଶିକ୍ଷକମାନଙ୍କ ନୂତନ କର୍ମକର୍ତ୍ତା ଚୟନ ଶେଷ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଭଞ୍ଜନଗର ନିକଟସ୍ଥ କାଳିଞ୍ଜି ସମାଜ ଗୃହରେ ନୂତନ ପେନସନ ଯୋଜନା (ଏନ୍. ପି. ଏସ୍) ଅନ୍ତର୍ଭୁକ୍ତ ଭଞ୍ଜନଗର ବ୍ଳକ୍ ର ପ୍ରାଥମିକ ଶିକ୍ଷକମାନଙ୍କ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ଚୟନ ପ୍ରକିୟା ରେ ଦିଲ୍ଲୀପ କୁମାର ପ୍ରଧାନ ଅସ୍ଥାୟୀ , ସିଦ୍ଧାର୍ଥ ଶତପଥୀ , ଗୋପାଳ ଚନ୍ଦ୍ର ବେହେରା ଏବଂ ପଦ୍ମନାଭ ପ୍ରଧାନ ମଞ୍ଚାସିନ ହୋଇଥିଲେ ଓ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ। ସର୍ଵମତ ନିର୍ବିଶେଷରେ ଜଗଦୀଶ ନାୟକ ସଭାପତି ଭାବେ, ଶିଶିର କାନ୍ତ ପତି – କାର୍ଯ୍ୟକାରୀ ସମ୍ପାଦକ , ମନୋଜ କୁମାର ବେହେରା – ସମ୍ପାଦକ ଏବଂ ସୁଜାତା ଦାସ – ସହ ସମ୍ପାଦିକା ଏବଂ ଆଶାଲତା ବେହେରା ଉପ ସଭାପତି ଭାବେ ଏବଂ ପଦ୍ମନାଭ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ଏଵଂ ସାମ୍ବିଧାନିକ ପଦମର୍ଯ୍ୟାଦା ର ଶପଥ ନେଇଥିଲେ। ସନ୍ତୋଷ କୁମାର ରଥ ସଭାକାର୍ଯ୍ୟ ସଂଯୋଜନା କରିବା ପୂର୍ବକ ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ କରାଇଥିଲେ।


