ବିଜେପି ସରକାର ହେଲେ ଅସ୍ଥାୟୀ ସରକାରୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବ : ଧର୍ମେନ୍ଦ୍ର ପ୍ରଧାନ
ସୋନପୁର : ଭାରତୀୟ ଜନତା ପାର୍ଟିର ସରକାର କେନ୍ଦ୍ର ଓ ଓଡିଶାରେ ହେଲେ କାମ କରୁଥିବା ଅସ୍ଥାୟୀ ସରକାରୀ କର୍ମଚାରୀ ଯଥା ହୋମଗାର୍ଡ, ପାରାଟିଚର, ପଂଚାୟତ ରୋଜଗାର ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ସ୍ଥାୟୀ ଦରମା ଦିଆଯିବ । କେବିକେ ଅଂଚଳର ବିକାଶ କରାଯିବ ଏବଂ ଗରିବଙ୍କ ଚିକିତ୍ସା ସୁବିଧା ଦେବା ପାଇଁ ଏମଏସ ଭଳି ଅତ୍ୟାଧୁନିକ ମେଡିକାଲ ତିଆରି ଦିଆଯିବ । ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ଜଳସେଚନ ପାଇଁ ବ୍ୟବସ୍ଥା କରାଯିବା ସହ ଯୁବକଙ୍କ ରୋଜଗାର ଏବଂ ସ୍ୱରୋଜଗାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ସୋନପୁରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି । ପୂର୍ବରୁ ବିଜେପି ସରକାରକୁ ଆସିଲେ ଅଙ୍ଗନବାଡୀ କର୍ମୀଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ମିଳିବ । ସୁବର୍ଣ୍ଣପୁର ଜିଲ୍ଲାରେ ପଇବା ପାଣି ପାଇପରେ ଆସୁନାହିଁ, ୨୪ ଘଂଟା ବିଜୁଳି ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି, ଜଳ ସେଚନର ସୁବିଧା ନାହିଁ, ରୋଜଗାର ପାଇଁ ଯୁବକ ପଳାୟନ କରୁଛି, ଚାଷୀ ଉତ୍ପାଦିତ ଜନିଷର ସଠିକ୍ ମୂଲ୍ୟ ମିଳୁନାହିଁ । ଏହି ଅଂଚଳରେ ବିନା ପିସି କାରବାରରେ ସରକାରୀ କାମ ହୁଏ ନାହିଁ । ଅପାରଗ, ସ୍ଥାଣୁ, ଦୁର୍ନୀତିଗ୍ରସ୍ତ ସରକାର ଆଜି ରାଜ୍ୟର ଶାସନ ଦାୟିତ୍ୱରେ ଅଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସଂକରା ଗ୍ରାମର ୩୬ ବର୍ଷୀୟ ରବି ନାଇକ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ଯୁବକର ବାପା ଥାନାର ଦ୍ୱାରସ୍ଥ ହୋଇଛି । ପୁଅର ମୁକ୍ତି ପାଇଁ ବାପା ଥାନାପିଣ୍ଡାରେ ପହଁଚିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଓଡିଶାରେ ୧୯ ବର୍ଷର ଶାସନ ବ୍ୟବସ୍ଥା କଥା କହୁଛନ୍ତି । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚତ କର୍ମ ରୋଜଗାର ଯୋଜନାରେ ୧୦୦ ଦିନର କାମ ଦେବା ପାଇଁ ନିୟମ ଥିବା ବେଳେ ଜିଲ୍ଲାରେ ମାତ୍ର ୨୧ ଦିନର କାମ ଦିଆଯାଇଛି । ବିନିକା ଏନଏସିର ମଥୁର ହାତୀକୁ ଆବାସ ଯୋଜନା ଯୋଗ୍ୟତା ସତ୍ୱେ ମିଳିନଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । କେନ୍ଦ୍ରରେ ୨୦୦୯ ରୁ ୧୪ କଂଗ୍ରେସ ସରକାର ସମୟରେ ଓଡିଶାକୁ ୪ ଲକ୍ଷ ୯୦ ହଜାର ଇନ୍ଦିରା ଆବାସ ଦେଆଯାଇଥିଲା । ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୯ ଲକ୍ଷ ୨୦ ହଜାର ପକ୍କା ଘର ଦେଇଥିବା ବେଳେ ୮ ଲକ୍ଷ ଘର ସମ୍ପୂର୍ଣ୍ଣ ହେଲାଣିା ମୋଦିଙ୍କ ସରକାରରେ ୨୪ ଲକ୍ଷ ଲୋକଙ୍କ ଘରେ ବିଜୁଳିି ଲାଗିଥିବା ବେଳେ ୪୦ ଲକ୍ଷ ଗ୍ୟାସ ସିଲିଣ୍ଡର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ପହଁଚିଛି, ଓଡିଶାରେ ୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଛି, ୫୦ ଲକ୍ଷ ଶୌଚାଳୟ ବନିଛି, ରେଳବାଇ ଅନୁଦାନ ୨୭ ହଜାର କୋଟି ଓଡିଶା ପାଇଁ ଦିଆଯାଇଛି, ୫ ହଜାର କିମିର ନୂଆ ଜାତୀୟ ରାଜପଥ, ସମ୍ବଲପୁରରେ ଆଇଆଇଏମ୍ ଭଳି ଜାତୀୟ ଶିକ୍ଷାନୁଷ୍ଠାନ ମୋଦି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ଆୟୁଷ୍ମାନ ଭାରତ ଯୋଜନା କଲେ, କୃଷକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କଲେ, ଶ୍ରମିକଙ୍କ ପାଇଁ ଶ୍ରମଯୋଗୀ ଯୋଜନାରେ ପେନସନ ବ୍ୟବସ୍ଥା କଲେ ମାତ୍ର ନବୀନ ବାବୁ ମୋଦିଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ ଏହି ବ୍ୟବସ୍ଥା କରେଇ ଦେଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେଇଥିବା ଦାବୀ କରୁଥିବା ବେଳେ ଶାସକ ଦଳର ନେତାଙ୍କ ନା କାଳିଆ ଯୋଜନାରେ ଆସୁଛି । ସେହିପରି ରାଜ୍ୟରେ ମହିଳା ନିଷ୍ପେସିତ । ବେବିନା ହତ୍ୟା ମାମଲାରେ ଶାସକ ଦଳର ମନ୍ତ୍ରୀ ଅଭିଯୁକ୍ତଙ୍କୁ ପୁନର୍ବାର ଟିକେଟ୍ ଦେଇ ନବୀନ ବାବୁ ମହିଳାଙ୍କୁ ଅସମ୍ମାନ କରିଛନ୍ତି ।