ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଚାରା ରୋପଣ
ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ୍ ଅନ୍ତର୍ଗତ ସିଂହଟିଆ ମାତୃଜ୍ୟୋତି ପୀଠ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ବିଭିନ୍ନ ଔଷଧୀୟ ଗୁଳ୍ମ ସହିତ ଭିନ୍ନ ଭିନ୍ନ ଫଳଗଛ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ର ଓ ବଡ଼ସାହି ବ୍ଲକ୍ ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଶିକ୍ଷାକେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହକ ତପନ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସଭାପତି ମଧୁସୂଦନ ଦଣ୍ଡପାଟ, ସମ୍ପାଦକ ଆଦିକନ୍ଦ ଦଣ୍ଡପାଟ, ସଦସ୍ୟ ରଜନୀ କାନ୍ତ ପାତ୍ର, ଚେତନ କୁମାର ଭୂୟାଁ, ରଜନୀ କାନ୍ତ ଦଣ୍ଡପାଟ, ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଗୟାଧର ଘୋଷ, ସମସ୍ତ ଅପା, ଭାଇ, ଛାତ୍ରଛାତ୍ରୀଙ୍କ ସମେତ ସାହିତ୍ୟ ଘର ସଂଯୋଜକ ଅମିୟ କୁମାର ବଳା, ସଭାପତି ବଙ୍କିମ ବିହାରୀ ପାତ୍ର, ସମ୍ପାଦକ ରାଜେନ୍ଦ୍ର କୁମାର ଜେନା,କାର୍ଯ୍ୟ ନିର୍ବାହୀ ସମ୍ପାଦକ ସଚ୍ଚିନ୍ଦ୍ର ବିଶ୍ବାଳ,ସଦସ୍ୟ ଅନନ୍ତ ଶତପଥୀ,ସୁବୋଧ କୁମାର ଦଣ୍ଡପାଟ ଏବଂ ଅନ୍ୟମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।ଏହି ସବୁ ଗଛ ବଡ ହେବା ପରେ ଉକ୍ତ ଶିକ୍ଷାକେନ୍ଦ୍ର ତଥା ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଶ୍ରମ ଅଧିକ ସୁସଜ୍ଜିତ ହୋଇପାରିବ ବୋଲି ଆଶା ପ୍ରକଟ କରାଯାଇଛି.


