ହାଇସ୍କୁଲରେ ମଣ୍ଡଳସ୍ତରୀୟ ହିନ୍ଦୀ ଦିବସ ପାଳିତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ମରେଇଗାଁ ଉଚ୍ଚ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ହିନ୍ଦୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l  ହିନ୍ଦୀ ଶିକ୍ଷୟତ୍ରୀ ମିତାରାଣୀ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଚିତା ବେଗମ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ୍ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷକ ପ୍ରିତିଶ ରଞ୍ଜନ ରାଜୁରୁହା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓଷ୍ଟା ସଂଘର ସମ୍ପାଦକ ରଞ୍ଜନ କୁମାର ଘଡେଇ, ହାଟଡିହି ମଣ୍ଡଳ ହିନ୍ଦୀ ଶିକ୍ଷକ ସଙ୍ଘ ସଭାପତି ଦୁର୍ଯ୍ୟୋଧନ ଜେନା ପ୍ରମୁଖ ଯୋଗଦେଇ ହିନ୍ଦୀ ଭାଷା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ କିଭଳି ରାଜ୍ୟ ସ୍ତରରେ ହିନ୍ଦି ଭାଷାର  ବିକାଶ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟ୍ୟରେ  ବକ୍ତୃତା, ସଂଗୀତ, କବିତା ଆବୃତ୍ତି ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା। ବକ୍ତୃତାରେ ଜପିଦାସ ହାଇସ୍କୁଲର କ୍ଷୀରାବ୍ଧି ତନୟା ଲେଙ୍କା, ସଙ୍ଗୀତରେ ଜିସି ଗାର୍ଲସ ହାଇସ୍କୁଲ ଓରାଳିର ଏମ୍. ଏମ ପ୍ରତ୍ୟାଷା, କବିତା ଆବୃତ୍ତିରେ ହାଟଡିହି ହାଇସ୍କୁଲର ମଞ୍ଜୁଳା ରାଣୀ ରାଉତ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।  କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୁତ କରାଯାଇଥିଲା l କାର୍ଯ୍ୟକାରୀ ସଭାପତି ରୁକ୍ମଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।  ହିନ୍ଦୀ ଶିକ୍ଷକ ସଙ୍ଘ  ସମ୍ପାଦକ ସତ୍ୟପିର ମହାନ୍ତି, ବିଜୟ କୁମାର ଜେନା, ନରହରି ଜେନା, ଅବକାଶ ଜେନା, ରଜତ କୁମାର ଜେନା,  ପ୍ରଫୁଲ୍ଲ ମଲ୍ଲିକ, ପାଣ୍ଡବ ସାହୁ, ନିବେଦିତା ସିଂ, ମଞ୍ଜୁଲତା ପ୍ରଧାନ, ସରୋଜିନୀ ଜେନା, ମଧୁସ୍ମିତା ପହି , ପ୍ରିୟନାଥ ନାୟକ, ଆର୍ତ୍ତ ଚରଣ ସାହୁ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ  ମରେଇଗାଁ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ