ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ବାଲେଶ୍ୱର,(ଓ୍ବାଇଏନଏସ): ସମବାୟ ବିଭାଗ ପକ୍ଷରୁ ଆୟୋଜିତ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ପୂର୍ବାହ୍ନ ୧୧ଟା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଡିଟୋରିୟମ୍ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଭାବେ ଏହି ସମବାୟ ସଦସ୍ୟତା ମହାଅଭିଯାନ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସହ ସଂଯୁକ୍ତ ହୋଇ ଅଭିଯାନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ବାଲେଶ୍ୱରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାସହ ମାନ୍ୟବର ସଭାପତି, ଜିଲ୍ଲା ପରିଷଦ, ବାଲେଶ୍ୱର ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ,  ସମବାୟ ଡେପୁଟି ରେଜିଷ୍ଟ୍ରାର, ବାଲେଶ୍ୱର ଡିଭିଜନ ଶ୍ରୀମତୀ ସରୋଜିନି ନାଏକ ଏବଂ ସମବାୟ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମବାୟ ସଦସ୍ୟତା ମହାଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ସହ ଅଧିକ ସଂଖ୍ୟକ ଲୋକଙ୍କୁ ସମବାୟ ସଂସ୍ଥାଗୁଡ଼ିକ ସହ ଯୋଡ଼ିବା। ଏହା ମାଧ୍ୟମରେ ସମବାୟ ସଂସ୍ଥାର ସଦସ୍ୟତା ବୃଦ୍ଧି, ସଦସ୍ୟମାନଙ୍କ ଅଧିକ ସକ୍ରିୟ ଅଂଶଗ୍ରହଣ ଏବଂ ସମବାୟ ମାଧ୍ୟମରେ ଲୋକଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣକୁ ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯିବ।କାର୍ଯ୍ୟକ୍ରମରେ ସମବାୟ ବିଭାଗର ଅଧିକାରୀମାନେ ଅଭିଯାନର ବିଭିନ୍ନ ଦିଗ, ସଦସ୍ୟତା ପ୍ରକ୍ରିୟା ଏବଂ ଲୋକମାନଙ୍କୁ ଏହା ସହ ଯୋଡ଼ିବା ପାଇଁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଜିଲ୍ଲାରେ ଏହି ଅଭିଯାନକୁ ସଫଳ କରିବା ପାଇଁ ସମବାୟ ସଂସ୍ଥା, ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କ ସକ୍ରିୟ ସହଯୋଗ ଆହ୍ୱାନ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ