ଆଜି ବିଶ୍ୱ ଗର୍ଭ ନିରୋଧକ ଦିବସ

ଆସିକା(ୱାଇଏନ୍‍ଏସ୍‍) :ଆଜି ଅର୍ଥାତ ସେପ୍ଟେମ୍ବର ମାସ ୨୫ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଗର୍ଭ ନିରୋଧକ ଦିବସ । ପ୍ରତିଟି ଗର୍ଭଧାରଣ ଯେପରି ଇଛାକୃତ ହେବ ଓ ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖକୁ ବିଶ୍ୱ ଗର୍ଭ ନିରୋଧକ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ଗର୍ଭ ନିରୋଧକ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ସୁରକ୍ଷିତ ଯୌନ ସଂପର୍କ ଏବଂ ବିଭିନ୍ନ ଗର୍ଭ ନିରୋଧକ ପଦ୍ଧତି ବିଷୟରେ ବିଶେଷକରି ମହିଳାମାନେ ଅଧିକ ସଚେତନତାର ଆବଶ୍ୟକତା ରହିଛି । ପ୍ରତିଟି ମହିଳା ନିଜର ଗର୍ଭଧାରଣର ସମୟ ଓ ବ୍ୟବଧାନକୁ ମୌଳିକ ଅଧିକାର ଭାବି ସର୍ବାଧିକ ପ୍ରାଥମିକ ଦେବା ସାଙ୍ଗକୁ ବିଭିନ୍ନ ପ୍ରକାରର ଗର୍ଭ ନିରୋଧକ ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ ହୋଇଥିଲା ବେଳେ ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ଏବଂ ମାତୃ ଓ ଶିଶୁର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଯତ୍ନବାନ୍‍ ହେବା ଏବଂ ସଠିକ୍‍ ସମୟ ବ୍ୟବଧାନରେ ସନ୍ତାନ ଜନ୍ମ କରିବା ଦିଗରେ ଜ୍ଞାନ ଆହରଣ କରିବା ସାଙ୍ଗକୁ ଯୌନ ସଂକ୍ରମିତ ରୋଗରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଗର୍ଭ ନିରୋଧକ ପଦ୍ଧତିର ବ୍ୟବହାର କରିବାକୁ ଆହ୍ୱାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ