ଲଗାଣ ବର୍ଷାରେ ଭିଜିଲା କୁକୁଡ଼ା ଫାର୍ମ : ୩ ହଜାରରୁ ଉର୍ଦ୍ଧ କୁକୁଡ଼ା ମୃତ

ଛତ୍ରପୁର, (ଓ୍ବାଇଏନଏସ) : ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଠାରେ ଏକ କୁକୁଡ଼ା ଫାର୍ମ ରେ ପାଣି ପଶିଯାଇଥିବା ଫଳରେ ୩ ହଜାର ରୁ ଅଧିକ କୁକୁଡ଼ା ମୃତ ହୋଇଥିବା ଦେଖିବାକୁ ମିଳିଛି l ମୃତ କୁକୁଡ଼ା ଗୁଡିକର ଆନୁମାନିକ ମୁଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି l ଗତ କିଛି ବର୍ଷ ତଳେ ଦାମୋଦର ପୁର ଗ୍ରାମର କାମିନୀ ବେହେରା ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ କୁକୁଡ଼ା ଫାର୍ମ କରିଥିଲେ, ଏଯାବତ ତାଙ୍କର ମୂଳ ଟଙ୍କା ବାହାରି ନଥିବା ବେଳେ ଏବେ ଲଗାଣ ବର୍ଷରେ କୁକୁଡ଼ା ଗୁଡିକ ମରିଯିବା ଫଳରେ ତାଙ୍କ ମେରୁଦଣ୍ଡ ଦୋହଲି ଯାଇଥିବାରୁ କାମିନୀ ଓ ତାଙ୍କ ସ୍ୱାମୀ ମନେନ୍ଦ୍ର ବେହେରା ଭାଙ୍ଗି ପଡିଛନ୍ତି l ଏଣୁ ମାସିକ କିସ୍ତି ଟଙ୍କା ଛାଡ଼ କରିବା ସହିତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି l ଅନ୍ୟପଟେ ଘଟଣାର ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ପ୍ରାଣୀ ଚିକିତ୍ସା ବିଭାଗର ବହୁ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ l କୁକୁଡ଼ା ଫାର୍ମ ପରିସରରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବାରୁ ହଜାର ହଜାର କୁକୁଡ଼ା ଓ କୁକୁଡ଼ା ଦାନା ନଷ୍ଟ ହୋଇଯାଇଥିବା ଜଣା ପଡିଛି l କୁକୁଡ଼ା ଫାର୍ମ ରେ ୧୦ ଜଣ କର୍ମଚାରୀ କାମ କରୁଥିବା ବେଳେ ସମସ୍ତଙ୍କୁ ଦରମା ଦେବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ପର ହୋଇପାରୁନାହିଁ ବୋଲି ମନେନ୍ଦ୍ର କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ