ପୋଡ଼ାପଦର ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ

ଛତ୍ରପୁର,(ଓ୍ବାଇଏନଏସ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଆଜି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିଧାୟକ ଜଳମଗ୍ନ ଚାଷଜମି ବୁଲି ଦେଖିବା ସହ ଚାଷୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ସମସ୍ୟା ସମ୍ପର୍କରେ ଜାଣିଥିଲେ। ବଡ଼ଶଙ୍ଖ ନିକଟସ୍ଥ ପୁରୁଣା ବ୍ରିଜ୍‌ ଠାରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବାରୁ ଚାଷଜମିରୁ ପାଣି ନିଷ୍କାସିତ ହୋଇପାରୁନାହିଁ। ଫଳରେ ବହୁ ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେଉଥିବା ନେଇ ଅଞ୍ଚଳବାସୀ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଧାୟକ ଶ୍ରୀ ନାୟକ ସମସ୍ୟାର ସମାଧାନ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଜଳ ନିଷ୍କାସନ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ