ବିଜେଡିରେ ନୂଆ ଦାୟିତ୍ୱ, ନୂଆ ନେତୃତ୍ୱ, ସଂଗଠନକୁ ମିଳିବ ନୂଆ ଗତି

ଧାମନଗର(ଓ୍ବାଇଏନଏସ): ଧାମନଗରରେ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମହିଳା ନେତୃତ୍ୱକୁ ନୂଆ ଦାୟିତ୍ୱ ଦିଆଯାଇଛି। ବିଜୁ ମହିଳା ଜନତା ଦଳର ଧାମନଗର ବ୍ଲକ ସଭାନେତ୍ରୀ ଭାବେ ଶ୍ରୀମତୀ ଟୁନିବାଳା ବିଶ୍ୱାଳ ଏବଂ ଧାମନଗର ବିଜ୍ଞାପିତ ଅଞ୍ଚଳ ପାଇଁ ସଭାନେତ୍ରୀ ଭାବେ ନିବେଦିତା ଜେନାଙ୍କୁ ପୁଣି ଥରେ ଦାୟିତ୍ୱ ମିଳିଛି। ସେହିପରି ଭଦ୍ରକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦିକା ଭାବେ ଅର୍ଜୁନପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସରିତା ମହାନ୍ତି, ଚୁଡ଼ାକୁଟି ପଞ୍ଚାୟତର ସରପଞ୍ଚ କସ୍ତୁରୀ ବିଶ୍ୱାଳ ଓ କରଦା ପଞ୍ଚାୟତର ସରପଞ୍ଚ ମମତା ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି। ନୂଆ ଦାୟିତ୍ୱ ଘୋଷଣା ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ନୂତନ ଦାୟିତ୍ୱଧାରୀଙ୍କ ନେତୃତ୍ୱରେ ଧାମନଗର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ ମହିଳା ସଂଗଠନକୁ ଅଧିକ ସକ୍ରିୟ ସୁଦୃଢ କରିବା ସହ ତୃଣମୂଳସ୍ତରରେ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।ନୂତନ ଦାୟିତ୍ୱ ପାଇଥିବା ସମସ୍ତ ନେତ୍ରୀଙ୍କୁ ଦଳୀୟ ନେତା,କର୍ମୀ ଓ ସମର୍ଥକମାନେ ସ୍ୱାଗତ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ନୂତନ ନେତୃତ୍ବଙ୍କ ନାମ ଘୋଷଣା ପରେ ରାଜ୍ୟ ସଭାପତିଙ୍କ ଆରମ୍ଭ କରି ଜିଲ୍ଲା ଏବଂ ବ୍ଲକ ନେତୃ ମଣ୍ଡଳୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ତୃଣମୂଳ ସ୍ତରରେ ପୂର୍ବ ନବୀନ ସରକାରଙ୍କ ତନହିତକାରି ଯୋଜନା ଓ ତାର ସଫଳତା ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ଏବେକାର ମୋହନ ସରକାରଙ୍କ ବିଫଳତା,ଦୁର୍ନୀତି, ମହିଳା ମାନଙ୍କୁ ଅବହେଳା,ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ ନେବା ଏବଂ ଭୋଟ ଚୋରି କରି ସରକାର କରିଛନ୍ତି ବୋଲି ଗାଁ ଡଣ୍ଡାରେ ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଏବେ ଠାରୁ କରାଯିବ ବୋଲି ନୂତନ ନେତୃତ୍ବ ମଣ୍ଡଳୀ ସେମାନେ ମତପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ