ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତିଳତର୍ପଣ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍): ହିନ୍ଦୁଧର୍ମାବଲମ୍ବୀଙ୍କ ପରିବାରରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଆଶ୍ୱିନ ମାସରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତିଳତର୍ପଣ କାର୍ଯ୍ୟକ୍ରମ ଅନ୍ୟତମ । ପଞ୍ଜିକା ଅନୁଯାୟୀ ଆଜି ଠାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ହିନ୍ଦୁ ସଂପ୍ରଦାୟର ଘରେ ଘରେ ଆରମ୍ଭ ହୋଇଯାଇଛି ପିôତୃପକ୍ଷ । ଏହି ୧୫ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ପିଣ୍ଡଦାନ କରାଯାଇଥାଏ । ଏଥିପାଇଁ ହିନ୍ଦୁ ସଂପ୍ରଦାୟର ଶ୍ରଦ୍ଧାଳୁଭକ୍ତ ମାନଙ୍କ ମଧ୍ୟରୁ କିଏ ଘରେ ତ ଅନ୍ୟ କିଏ ଜଗନ୍ନାଥ ମନ୍ଦିରରେ ତିଳତର୍ପଣ ଓ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳୁଛି । ଏ ସଂପର୍କରେ ଆସିକା ପୌର ପରିଷଦ ଅଧୀନସ୍ଥ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବ୍ରାହ୍ମଣ ସଂପ୍ରଦାୟର ବିଦ୍ୱାନ ଜ୍ଞାନୀ ପଣ୍ଡିତ ଦୈତାରୀ ମିଶ୍ର କହିଛନ୍ତି ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ୧୫ ଦିନକୁ ପିତୃôପକ୍ଷ କୁହାଯାଏ । ପିତୃପକ୍ଷରେ ତର୍ପଣ ଓ ଶ୍ରାଦ୍ଧ କରିବା ଦ୍ୱାରା ପିତୃôଲୋକ ସନ୍ତୁଷ୍ଟ ହୋଇ ପରିବାରରେ ସୁଖ ଓ ଶାନ୍ତି, ସମୃଦ୍ଧି ବୃଦ୍ଧି କରିଥାନ୍ତି । ପରିବାରର କଲ୍ୟାଣ ଓ ପିତୃôପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପିତୃପକ୍ଷରେ ଶ୍ରାଦ୍ଧକର୍ମ କରିବା ବିଧେୟ । ବିଧି ପୂର୍ବକ ପିତୃପକ୍ଷରେ ଶ୍ରାଦ୍ଧ କଲେ ପିତୃପୁରୁଷ ଆଶୀର୍ବାଦ କରିଥାନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ ପାଳନ ଅବସରରେ ହିନ୍ଦୁ ସଂପ୍ରଦାୟର ଘର ଓ ମନ୍ଦିରଗୁଡିକ ବ୍ରାହ୍ମଣ ପଣ୍ଡିତ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇପଡୁଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରାଦ୍ଧ ଦେବା ପରେ ମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ବ୍ରାହ୍ମଣଙ୍କୁ ଭୋଜନ ଲଗାଉଥିବା ଦେଖିବାକୁ ମିଳୁଛି । ପିତୃପୁରୁଷଙ୍କ ତୃôପ୍ତିରେ ବିଧାନ ତର୍ପଣ କାର୍ଯ୍ୟକୁ ଅପର ପକ୍ଷ ନାମରେ ପରିଚିତ ହୋଇଆସିଛି । ଏହି ଅପର ପକ୍ଷରେ ପିତୃଗଣଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ପିଣ୍ଡଦାନ ଆଦି କରାଯାଇଥାଏ । ଏହା ଦ୍ୱାରା ପୂଣ୍ୟଲାଭ ଏବଂ ବଂଶର ଉତ୍ତର ପିଢୀର ସକଳ ଉନ୍ନତି ହେଉଥିବା ବିଶ୍ୱାସ ରହିଛି । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧକର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠ । ପିତୃôପକ୍ଷ ପାଳନ ସମୟରେ କୌଣସି ଶୁଭକାର୍ଯ୍ୟ ଯଥା ବାହା, ବ୍ରତ ଆଦି କରିବାକୁ ବାରଣ ରହିଛି । ଶାସ୍ତ୍ରମତେ ଏହି ପିତୃପକ୍ଷ ଦିନରେ ଦିବଙ୍ଗତ ପୂର୍ବଜମାନେ ସୂକ୍ଷ୍ମ ଶରୀରରେ ଆସିଥାନ୍ତି ଓ ନିଜର ସଂପର୍କୀୟଙ୍କୁ ଆଶୀର୍ବାଦ ପ୍ରଦାନ କରି ସୁଖ, ସମୃଦ୍ଧି, ନିରୋଗ ପାଇଁ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ଅପର ପକ୍ଷରେ ପୂର୍ବଜଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ଦାନାଦି କରିବା ସହ ପୂର୍ବଜଙ୍କୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ପିତୃପକ୍ଷ ସମୟରେ ଶ୍ରାଦ୍ଧ ତଥା ତିଳତର୍ପଣ କରୁଥିବା ବ୍ୟକ୍ତି କ୍ଷୌର ହୁଅନ୍ତି ନାହିଁ । ଆମ ପରମ୍ପରାରେ ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଅମାବାସ୍ୟ ପର୍ଯ୍ୟନ୍ତ ପିତୃପକ୍ଷ ପାଳନ କରାଯାଇଆସୁଛି । ପିତୃକୃତ୍ୟ ନିମନ୍ତେ ଏହି ୧୫ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ସମୟ ଅବଧିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ ଆଦି କରାଯାଇଥାଏ ଓ ସେମାନେ ଦେବତୁଲ୍ୟ ରୂପେ ବିବେଚିତ ହୋଇଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ ଯେଉଁ ସନ୍ତାନମାନେ ସେମାନଙ୍କ ପୂର୍ବଜଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ଦାନାଦି କରନ୍ତି ସେମାନେ ଅଖଣ୍ଡ ଶାନ୍ତିରେ ଜୀବନ ନିର୍ବାହ କରନ୍ତି ବୋଲି ଲୋକପ୍ରଥା ପ୍ରଚଳିତ ହୋଇଆସିଛି । ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରାୟତଃ ପରିବାରର ଜ୍ୟେଷ୍ଟ ପୁତ୍ରମାନେ ପୁତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ଆଜିଠାରୁ ଆରମ୍ଭ ହୋଇଯାଇଛି ଅପରପକ୍ଷ ତଥା ପିତୃପକ୍ଷ । ଏହା ଆସନ୍ତା ମହାଳୟା ଅମାବାସ୍ୟ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଚାଲିବ । ଆସନ୍ତା ୧୦ ତାରିଖ ଶନିବାର ଦିନ ମହାଳୟା ପାଳିତ ହେବ । ଆଶ୍ୱୀନ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଠାରୁ ବୈକୁଣ୍ଠାଗତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଟଦାନ ଆରମ୍ଭ ହୋଇଥିଲା ବେଳେ ଶ୍ରଦ୍ଧାଳୁମାନେ ସ୍ନାନଶୌଚାଦି ସାରି ତିଳତର୍ପଣ କରିଥିବା ଦେଖିବାକୁ ମିଳିଥିଲା । ବିଶ୍ୱାସ ରହିଛି ଏହି ପିତୃପକ୍ଷରେ ନିଷ୍ଠାର ସହ ତିଳତର୍ପଣ କଲେ କୌଣସି ନା କୌଣସି ରୂପରେ ପୂର୍ବପୁରୁଷମାନେ ଆସି ଆଶୀର୍ବାଦ ପ୍ରଦାନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ