ଶିବାନନ୍ଦ ଆଶ୍ରମରେ ନିଶୁଳ୍କ ଚକ୍ଷୁଚିକିତ୍ସା ଶିବିର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଏକ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରିଥିଲେ। ଡାକ୍ତର ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଦେବାଶିଷ ପରିଡା, ଡା. ଜ୍ଞାନପ୍ରକାଶ ସିଂହ, ଡା, ରାକେଶ କୁମାର ଲେଙ୍କା ଓ ଗୈାର ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଏକଶହରୁ ଉର୍ଦ୍ଧ୍ୱ ରୋଗୀମାନଙ୍କ ନିଶୁଳ୍କ ଚକ୍ଷୁ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଥିଲେ। ଏହି ଶିବିରକୁ ଆଇନଜୀବୀ ଗଗନବିହାରୀ ଜେନା, ରମଣୀରଞ୍ଜନ ରାଉତରାୟ, ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂହ, ଧିରେନ୍ଦ୍ର ଦାସ, ଗୋଲଖ ପରିଡା, କରୁଣାକର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ