ଗୁଡାରୀରୁ ଭୁବନେଶ୍ୱର ବସ ଚଳାଚଳ ଦାବିରେ ସାମ୍ବାଦିକ

ଗୁଣପୁର (ୱାଇଏନଏସ):  ସରକାର ଦାବି ପୂରଣ କରିବାରେ ବିଫଳ ହେବାରୁ   ଗୁଡାରି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସରକାରୀ ବ୍ୟବସ୍ଥା କରିବା ଦାବିରେ ଆଜି  ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗୁଡାରି ସାମ୍ବାଦିକ ପ୍ରମୋଦ କୁମାର ପତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସାଇକେଲରେ ଭୁବନେଶ୍ୱର ଯାତ୍ରା କରିଛନ୍ତି। ଗୁଡାରୀ ମା ମାଣି କେଶ୍ଵରୀ ମନ୍ଦିର ନିକଟରୁ ନଡ଼ିଆ ଭାଙ୍ଗି ସାମ୍ବାଦିକ,ବୁଦ୍ଧିଜୀବୀ ଏବଂ ରାଜନେତା ମାନଙ୍କ ଉପସ୍ଥିତରେ ଶ୍ରୀ ପତିଙ୍କ ସାଇକେଲ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କର ଉଦ୍ୟମର ସଫଳ କାମନା କରିବା ସହ ସାଧୁ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହି ଯାତ୍ରା ପଦ୍ମପୁରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସୂଚନାଯୋଗ୍ୟଯେ ସାମ୍ବାଦିକ ଶ୍ରୀ ପତି ପୂର୍ବରୁ ଗତ ଜୁଲାଇ ୧୮ ତାରିଖରେ  ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସେପ୍ଟେମ୍ବର ୩୦ ସୁଦ୍ଧା ଗୁଡାରି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବସ ଚଳାଚଳ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ ନକଲେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଗୁଡାରିରୁ ସାଇକେଲ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଜଣାଇଥିଲେ। ଉଲେଖଯୋଗ୍ୟଯେ  ଗତ ୨୪ ତାରିଖ ଦିନ ଗୁଡ଼ାରିରୁ ଭୁବନେଶ୍ଵର ବସ୍ ସେବା ନେଇ ବିଧାନସଭାରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଜେନା  ଉତ୍ତର ଦେଇ କହିଥିଲେଯେ  ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ଭୁବନେଶ୍ୱର ଠାରୁ ଗୁଡାରି ପର୍ଯ୍ୟନ୍ତ ସିଧାସଳଖ ଏକ ବସ ସେବା ଏକ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିଲା। କିନ୍ତୁ ଉକ୍ତ ମାର୍ଗରେ ବିଭିନ୍ନ ଅସୁବିଧା ହେତୁ ଏହି ସେବାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଉକ୍ତ ବସର ପୁନଃ ଚଳାଚଳ ନିମନ୍ତେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଆଗାମୀ ଦିନରେ ଯାତ୍ରୀଙ୍କ ଯାତାୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାର୍ଗ ସର୍ବେକ୍ଷଣ କରିବା ପରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଡାରି ଠାରୁ ଭୁବନେଶ୍ୱର ଏବଂ ବିଶାଖାପାଟଣାକୁ ସିଧାସଳଖ ବସ ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ବିଧାନ ସଭାରେ ବିଧାୟକ ଶ୍ରୀ ଗମାଙ୍ଗଙ୍କୁ ଲିଖିତ ଉତ୍ତର  ରଖିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ