ଗାନ୍ଧୀ ଜୟନ୍ତୀ, ସ୍ଵଛ ଭାରତ କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ସହ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ମୂର୍ତ୍ତିରେ ସରପଞ୍ଚ ସଂଗ୍ରାମ କେଶରୀ ଜେନାଙ୍କ ସମେତ ବରିଷ୍ଠ ନାଗରିକ ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ପରେ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ସମ୍ମୁଖ, ବଜାର ଅଞ୍ଚଳ ଓ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିସରକୁ ସଫେଇ କରାଯାଇଥିଲା। ପରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ସଭା ଅନୁଷ୍ଠିତ ହୋଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଦେବେନ୍ଦ୍ର ନାଥ ସାହୁ, ପ୍ରାକ୍ତନ ସରପଞ୍ଚ କାଳନ୍ଦି ଚରଣ ବେହେରା, ଅବସରପ୍ରାପ୍ତ କାରା ମଙ୍ଗଳ ଅଧିକାରୀ କିଶୋର ଜେନା, ଅବସରପ୍ରାପ୍ତ କର୍ମଚାରୀ ଦୋଳ ଗୋବିନ୍ଦ ସାହୁ, ଅଶୋକ ବେହେରା, ଗୋପବନ୍ଧୁ ଖିଲାର, ମମତା ସାହୁ, ୱାର୍ଡ ସଭ୍ୟା ସ୍ୱପ୍ନାରାଣୀ ଦାସ, ଅଜିତ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତ ଗ୍ରାମ ସଭା କାର୍ଯ୍ୟକ୍ରମରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଏଡିଇଓ ଅନୁସୂୟା ରାଉତଙ୍କ ସମେତ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ସମସ୍ତ ୱାର୍ଡର ୱାର୍ଡ ସଭ୍ୟ ସଭ୍ୟା ଏବଂ ଜନ ସାଧାରଣ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ