’ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ
ବାଲେଶ୍ୱର(ସରୋଜ ପଣ୍ଡା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଏକମାସ ବ୍ୟାପୀ ଚାଲିଥିବା ‘ସେବା ଓ ସଂକଳ୍ପ’ ଅଭିଯାନ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍ଥାନୀୟ ବଳାଙ୍ଗି କଲେଜ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକୃତିର ସୁରକ୍ଷା ଓ ପରିବେଶର ପୁନରୁଦ୍ଧାର ଲକ୍ଷ୍ୟରେ ୫୦ରୁ ଊର୍ଦ୍ଧ୍ୱ ଫଳନ୍ତି ଗଛ ରୋପଣ କରାଯାଇଥିଲା। ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ସମାୟ ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ବାଲେଶ୍ୱର (ଉତ୍ତର) ବିଜେପିର ଜିଲ୍ଲା ପ୍ରଭାରୀ ଉମାକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଏବଂ ଏସ୍ଡିସି ଚେୟାରମ୍ୟାନ୍ ବିପିନ ମାରାଣ୍ଡି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସହ ଲଗାଯାଇଥିବା ଗଛଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା କିପରି କରାଯିବ, ସେନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଂ. ରାଜୁ ହେମ୍ବ୍ରମ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦିଆଯାଇଥିଲା। କୁନି କୁନି ଭଉଣୀମାନେ ଅତିଥି ଓ କାର୍ଯ୍ୟକର୍ତ୍ତାଙ୍କ ପାଦ ଧୋଇ ଚନ୍ଦନ ଲେପନ କରିବା ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ସମ୍ପାଦକ ରାଜେଶ ମହାପାତ୍ର, ଜିଲ୍ଲା ଗଣମାଧ୍ୟମ ସହ-ସଂଯୋଜକ ରଣଜିତ ପୃଷ୍ଟି, ବାଲେଶ୍ୱର ପୌରପାଳିକା ୧ ନମ୍ବର ୱାର୍ଡ କାଉନସିଲର ସସ୍ମିତା ନାଥ, ୨ ନମ୍ବର ୱାର୍ଡ କାଉନସିଲର ଅମିତ ନାୟକ, ନନ୍ଦକିଶୋର ରଥ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶାନ୍ତନୁ ମାଝୀ, ଜିଲ୍ଲା କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସନାତନ ବାରିକ, ଶକ୍ତିକେନ୍ଦ୍ର ପ୍ରମୁଖ ବେଣୁଧର ଦାସ, ମୃତ୍ୟୁଞ୍ଜୟ ସାହାଣୀ, କାର୍ତ୍ତିକ ନାଥ, ମୋର୍ଚ୍ଚା ଉପସଭାପତି ସୁକୁଲ ସୋରେନ, କୋଷାଧ୍ୟକ୍ଷ ପଦୁମ ହାଁସଦା, ବୁଦ୍ଧିଆ ହେମ୍ବ୍ରମ, ଶିବ ମାଝୀ, ସୁରେନ ମୁର୍ମୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ବୃକ୍ଷରୋପଣ କରିଥିଲେ।


