ସ୍ୱରଚିତ କବିତା ପାଠରେ ମା’ଟିକେଇଶୁଣୀ ଚାରି ଟେବୁଲ ଟ୍ରଷ୍ଟର କୋଷାଧ୍ୟକ୍ଷା ସମ୍ବର୍ଦ୍ଧିତ

ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଟିଲୋ ଟିକିତୀରାସ୍ଥିତ ମା’ଟିକେଇଶୁଣୀ ଚାରି ଟେବୁଲ ଟ୍ରଷ୍ଟର କୋଷାଧ୍ୟକ୍ଷା ଦୀପିକା ସ୍ବାଇଁଙ୍କୁ ସ୍ୱରଚିତ କବିତା ପାଠରେ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ୱର ବୁଦ୍ଧ ମନ୍ଦିରର ନୂତନ ସଭା କକ୍ଷରେ ଢେଙ୍କାନାଳ ସାନ୍ଦା ସ୍ଥିତ ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ୩ୟ ରାଜ୍ୟ ସ୍ତରୀୟ ସାରସ୍ୱତ ସାହିତ୍ୟ ମହୋତ୍ସବରେ ଦୀପିକା ସ୍ବାଇଁଙ୍କୁ ସ୍ୱରଚିତ କବିତା ପାଠରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବର ଉଦଘାଟକ ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ସମ୍ମାନୀତ ଅତିଥି ଭାବେ କାଳନ୍ଦୀ ଚରଣ ମିଶ୍ର, ଭଗବାନ ପଣ୍ଡା, ବୈରାଗୀ ଚରଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲାରୁ କବି ଓ କବୟିତ୍ରୀ ମାନେ ଯୋଗ ଦେଇ କବିତା ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨୦ ଜଣ ପ୍ରତିଭାଙ୍କ ସମେତ ଉପସ୍ଥିତ ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସଂସଦର ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ଉପାଧ୍ୟକ୍ଷ ଦିଲୀପ କୁମାର ଶତପଥି, ସମ୍ପାଦକ ବଟକୃଷ୍ଣ ପଣ୍ଡା,ମାର୍ଗ ଦର୍ଶକ ସୁରେଶ ଚନ୍ଦ୍ର ପଣ୍ଡା, ଗୋକୁଳ ଚନ୍ଦ୍ର ପଣ୍ଡା, କାହ୍ନୁ ଚରଣ ପାଣି, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସୁଜିତ କୁମାର ପଣ୍ଡା, ବସନ୍ତ କୁମାର ପାଣି, ନିର୍ମଳା ମହାପାତ୍ର, ଜ୍ୟୋତିର୍ମୟୀ ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିବେକାନନ୍ଦ ଷଡ଼ଙ୍ଗୀ ଧନ୍ୟବାଦ ଓ ସୁଜିତ କୁମାର ପଣ୍ଡା ସଭା ସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ