ଗାନ୍ଧୀ ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୮ତମ ଜୟନ୍ତୀ ଅବସରରେ ଆଜି ଐତିହ୍ୟ ସମ୍ପନ୍ନ ଗାନ୍ଧୀ ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ କେନ୍ଦ୍ରାପଡା ସହରର ତିନିମୁହାଣୀଛକ ସ୍ଥିତ ସ୍ମୃତି ସ୍ମାରକୀ ନିକଟରେ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପୁର୍ଣ ଅବୟବରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର, ସ୍ମୃତି କମିଟି ସମ୍ପାଦକ ରାଜେଶ ପଣ୍ଡା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟବୃନ୍ଦ ଧିରେନ ସାହୁ, ବରିଷ୍ଠ ବାମପନ୍ଥୀ ନେତା ଗୟାଧର ଧଳ, ପୂର୍ବତନ କାଉନସିଲର ମୁକ୍ତାର ଖାଁ, ନାରୀନେତ୍ରୀ ମମତା ଥାପ୍ପା, ଜୟନ୍ତୀ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ