ସିପିଆଇର ସଦଭାବନା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି ): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ତରାପୁର ଛକ ଠାରେ ସିପିଆଇ ବନ୍ତ ଜୋନ କମିଟି ପକ୍ଷରୁ ସାମ୍ପ୍ରଦାୟିକ ସଦଭାବନା ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ବନ୍ତସ୍ଥିତ ସିପିଆଇ କାର୍ଯ୍ୟାଳୟରେ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ଦଳୀୟ ନେତୃତ୍ୱ ଓ ସାଥୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ତରାପୁର ଛକ ଠାରେ ପଧାନପଡା ପଞ୍ଚାୟତର ଯୁବ ନେତା ଫକୀର ଉଦ୍ଦୀନ ଖାଁଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି,ଜିଲା ନେତା ରମେଶ ଜେନା, ଦିଲୀପ କୁମାର ନାୟକ, ବରିଷ୍ଠ ନେତା ଫକୀର ଚରଣ ବିଶ୍ୱାଳ, ବନ୍ତ ଶାଖା ସମ୍ପାଦକ ନିରଞ୍ଜନ ନାୟକ, ଅରବିନ୍ଦ ବିଶ୍ୱାଳ, ଉଦୟନାଥ ବାରିକ, ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ମୋଦୀ ସରକାର ସମୟରେ ଦେଶ ଓ ରାଜ୍ୟରେ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସା, ଜାତିଗତ ବିଭେଦକୁ ସମସ୍ତେ ଐକ୍ୟବଦ୍ଧ ହୋଇ ବିରୋଧ କରିବା ସହ ଜାତି, ଧର୍ମ ନିର୍ବିଶେଷରେ ସଦଭାବନା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କୁ ବହିଷ୍କାର, ଏସଆଇଆର ନାମରେ ଭୋଟ ଜାଲିଆତି, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଏମଏମଡିଆର ଆଇନ ରଦ୍ଧ କରିବା ପାଇଁ ସମସ୍ତ ଧର୍ମ ନିରପେକ୍ଷ ଶକ୍ତି,ଗଣତନ୍ତ୍ରପ୍ରେମୀ ଜନ ସାଧାରଣଙ୍କ ଐକ୍ୟବଦ୍ଧ ହୋଇ ଏହାର ଦୃଢ଼ ମୁକାବିଲା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କମଳାକାନ୍ତ ଜେନା, ଦୁଲ୍ଲା ଖାଁ, ଭାସ୍କର ଚନ୍ଦ୍ର ବେହେରା, ପବିତ୍ର ମୋହନ ସେଠୀ, ଅଭିମନ୍ୟୁ ଜେନା, କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ