ଏବିଭିପି ପକ୍ଷରୁ ଥାନାଧିକାରୀଙ୍କୁ ମାସିକ ପତ୍ରିକା ଛାତ୍ର ସନ୍ଦେଶ ପ୍ରଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ସାକ୍ଷାତ କରି ପରିଷଦର ମାସିକ ପତ୍ରିକା ଛାତ୍ର ସନ୍ଦେଶ ପ୍ରଦାନ କରାଯାଇଛି l ଏହି ଅବସରରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା I ଏଥିସହିତ ବନ୍ତ ଅଞ୍ଚଳରେ ଏବିଭିପିର ନିରନ୍ତର ଛାତ୍ରହିତ କାର୍ଯ୍ୟକଳାପ, ଶିକ୍ଷାଗତ ବାତାବରଣ ଏବଂ ସମାଜ ପ୍ରତି ସଂଗଠନର ବିଭିନ୍ନ ଯୋଗଦାନ ସମ୍ପର୍କରେ ଥାନାଧିକାରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କ୍ୟାମ୍ପସ ୟୁନିଟ ସଭାପତି ସୁନିଲ କୁମାର ପରିଡ଼ା, ସମ୍ପାଦିକା ଶୁଭସ୍ମିତା ମହାକୁଡ଼, ସଦସ୍ୟ ଜ୍ୟୋତି ପ୍ରକାଶ ଜେନା ଓ ଚନ୍ଦନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ