ରକ୍ତଦାନ ଶିବିର ଅନୁଷ୍ଠିତ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ସେଣ୍ଢତୀରା ସରକାରୀ ଆୟୁର୍ବେଦିକ ମେଡିକାଲ ପରିସରରେ ସେବା ସଂକଳ୍ପ ଅଭିଯାନ ଅଧିନରେ ସେଣ୍ଢତୀରା ପଞ୍ଚାୟତ ବିଜେପି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସେଣ୍ଢତୀରା ପଞ୍ଚାୟତ ପ୍ରମୁଖ ଦେବାଶିଷ ବିଶ୍ୱାଳ, ସହପ୍ରମୁଖ ବନମାଳୀ ବାରିକ ଏବଂ ବରଡେଶ୍ୱର ମଣ୍ଡଳ ସେବା ସଂକଳ୍ପ ଅଭିଯାନର ସହ ସଂଯୋଜକ ରଶ୍ମି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜନ ହୋଇଥିଲା। ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ ଶିବିରକୁ ଉଦଘାଟନ କରିଥିଲେ। ଏଥିରେ ଜିଲା ଯୁବମୋର୍ଚ୍ଚା ସଭାପତି ଚନ୍ଦନ କୁମାର ରାଉତ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ , ରାଜ୍ୟ ବିଜେପି ପ୍ରବକ୍ତା ପତଞ୍ଜଳୀ କରଶର୍ମା, ଶିକ୍ଷାବିତ ମନମୋହନ ଆଚାର୍ଯ୍ୟ, ଜିଲା ବିଜେପି ଉପ ସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ଜିତେନ୍ଦ୍ର ନାୟକ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ କୁମାର ଜେନା, ମାଧବାନନ୍ଦ ବିଶ୍ୱାଳ, ଶଙ୍କର୍ଷଣ ଜେନା, ଲରେନ୍ସ ବେହେରା, ପ୍ରଭାତ ସେନାପତି ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଅବସରରେ ଅଞ୍ଚଳର ଗୌରବ, ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ତଥା ରୋଟାରିଆନ ଭାସ୍କର ଚନ୍ଦ୍ର ପାଢ଼ୀଙ୍କୁ ୪୪ ଥର ରକ୍ତଦାନ କରି ମାନବସେବାରେ ନିରନ୍ତର ଅବଦାନ ରଖିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଦ୍ରକ ରକ୍ତ ଭଣ୍ଡାରର କର୍ମଚାରୀ ଲିଲିମା ସ୍ୱାଇଁ, ରତିକାନ୍ତ ବଳ, ପ୍ରକାଶ ବେହେରା,ବଳରାମ ପୁହାଣ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ସେଣ୍ଢତୀରା ଆୟୁର୍ବେଦିକ ଚିକିତ୍ସାଳୟର ଡାକ୍ତର ରାକେଶ କୁମାର ମାଝୀଙ୍କ ନେତୃତ୍ୱରେ ମନୋଜ କୁମାର ସେଠୀ, ତପନ କୁମାର ସେନାପତି, କଳିଙ୍ଗ କେଶରୀ ନାୟକ, ବିଜୟଶ୍ରୀ ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରର ସଫଳ ଆୟୋଜନରେ ଗଜେନ୍ଦ୍ର ମହାନ୍ତି,କିଶୋର ବିଶ୍ଵାଳ, ବିଚିତ୍ରାନନ୍ଦ ଜେନା, ସୁଶାନ୍ତ ପାତ୍ର, ଅନୁପ କୁମାର ବେହେରା, ଗୋପୀନାଥ ରାଉତ, ପ୍ରତାପ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ