‘ମୈାସୁମୀ’ ସାହିତ୍ୟ ପତ୍ରିକା ଉନ୍ମୋଚିତ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂଗଠନ ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦର ମୁଖପତ୍ର “ମୌସୁମୀ’ର ଶାରଦୀୟ ବିଶେଷାଙ୍କ କେନ୍ଦ୍ରାପଡ଼ାର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୌସୁମୀର ସଭାପତି ପ୍ରଫେସର ନନ୍ଦ କିଶୋର ପରିଡା ସଭାପତିତ୍ୱ କରିଥିଲେ। ଏହି ସଭାରେ ସମ୍ପାଦକ କବି ଡ଼ ଶ୍ରୀଧର ସାମଲ, ବିଶିଷ୍ଟ ସାହିତ୍ୟିକ ଡ଼ ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି, ଡ. ନୀଳମଣି ଲେଙ୍କା ମୁଖ୍ୟବକ୍ତା, ବିଶିଷ୍ଠ ଲେଖିକା ଅନ୍ନପୂର୍ଣ୍ଣା ମହାନ୍ତି ସମ୍ମାନିତ ଅତିଥି, ମୌସୁମୀର ସୌଜନ୍ୟ ସମ୍ପାଦକ କବି ପ୍ରେମାନନ୍ଦ ଖଣ୍ଡୁଆଳ, କବି ବୃନ୍ଦାବନ ଦାସ, ସତୀର୍ଥର ସଭାପତି ଅମର ରାଉତ, କବୟିତ୍ରୀ କବିତା ମୁଦୁଲି, ସ୍ୱର୍ଣ ଷଡ଼ଙ୍ଗୀ, କବି ଅଜୟ ପାତ୍ର, କବି ସତ୍ୟ ନାରାୟଣ ଜେନା, କବି ଗୋଲାପ ରାଉତ, କବି ରଞ୍ଜନ ବାଇ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ପତ୍ରିକା ମୌସୁମୀର ଓଡ଼ିଆ ସାହିତ୍ୟର ବିକାଶ ଓ ପ୍ରସାର ପାଇଁ ଉଦ୍ୟମର ଭୁୟସୀ ପ୍ରଶଂସା କରିଥିଲେ। କବି ବୃନ୍ଦାବନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


