ବେଣାପଡା ମହାନ୍ତି ସାହିର ଇଷ୍ଟପୂଜା ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ , (ପ୍ରଦୋଷ ମହାନ୍ତି) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚଯାତ ବେଣାପଡା ଗ୍ରାମର ବହୁ ପୁରାତନ କାଳରୁ ପାଳିତ ହୋଇ ଆସୁଅଛି ଦୁର୍ଗାପୂଜା ରେ ଲେଖନୀ ପୂଜା | ଏହା ହେଉଛି କରଣ ସମ୍ପ୍ରଦାୟ ଙ୍କର ଇଷ୍ଟ ପୂଜା ବୋଲି ମାନି ଆସୁଛନ୍ତି | ଏହି ପୂଜାକୁ ଦେବୀ ପୀଠ ଅନୁସାରେ ସପ୍ତମୀ ତିଥି ଶନିବାର ଘଟ ସ୍ଥାପନ କରି ଲେଖନୀ କୁ ମା ଙ୍କ ପାଖରେ ଷୋଡଶ ଉପଚାର ରେ ରିତୀ ନୀତି ଅନୁସାରେ ପୂଜା କାର୍ଯ୍ୟ କରି ବସାଜିବ ଏବଂ ଦଶମୀ ତିଥି ବୁଧବାର କଳସି ବିସର୍ଜନ କରାଯାଇ ଲେଖନୀ ଉଠିବ ବୋଲି ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା | ଏହି ଇଷ୍ଟ ପୂଜାକୁ କିପରି ସୁରୁଖୁରୁରେ କରାଯିବ ସେହି ସମ୍ପର୍କ ରେ ମଙ୍ଗଳ ବାର  ବାବା ରମାନାଥ ଦାସ ଙ୍କ ସ୍ମୃତି ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ସାହିର ମୁରବୀ ତଥା ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତି ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଭିରାମ ଯୁବକ ସଙ୍ଘର ସଦସ୍ୟ  ନାରାୟଣ ଚନ୍ଦ୍ର ମହାନ୍ତି, ଶଶିଭୂଷଣ ମହାନ୍ତି , କୈଳାସ ଚନ୍ଦ୍ର ମହାନ୍ତି,ଜୟୀରାମ ମହାନ୍ତି , ତ୍ରିବିକ୍ରମ ମହାନ୍ତି , ଦୀପକ ମହାନ୍ତି, ତ୍ରିନାଥ ମହାନ୍ତି , ସଂଜୀବ ମହାନ୍ତି , ଫକୀର ମୋହନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି , ସନ୍ଦୀପ ମହାନ୍ତି , ପ୍ରଣୟ ମହାନ୍ତି ,ବିଶ୍ୱଜିତ ମହାନ୍ତି , ଦେବାଶିଷ ମହାନ୍ତି , ତ୍ରୈଲୋକ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ