ବ୍ଳକସ୍ତରୀୟ କୌଶଳୀ ତାଲିମ୍‍ ଶିବିର

ଆସିକା  (ୱାଇଏନ୍‍ଏସ୍‍) :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶ ସାଙ୍ଗକୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସୋମବାର ସ୍ଥାନୀୟ ସରକାରୀ ଟେକନିକାଲ୍‍ ହାଇସ୍କୁଲ ପରିସରରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ (ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଏବଂ ଗଣିତ) ଶିକ୍ଷକମାନଙ୍କୁ ନେଇ ବ୍ଳକସ୍ତରୀୟ ଦୁଇଦିବସୀୟ କୌଶଳୀ ତାଲିମ୍‍ ଶିବିର ଉଦ୍‍ଘାଟିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ବ୍ଳକସ୍ତରୀୟ କୌଶଳୀ ତାଲିମ୍‍ ଶିବିରକୁ ଆସିକା ବ୍ଳକ ନୋଡାଲ୍‍ ହାଇସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପଣ୍ଡା, ସହକାରୀ ଶିକ୍ଷକ ଦେବାଶିଷ୍‍ ପାଣିଗ୍ରାହୀ ଓ ରାମଚନ୍ଦ୍ର ପ୍ରଧାନ, କାର୍ଯ୍ୟକ୍ରମର ବ୍ଳକ ସଂଯୋଜକ ସନ୍ଦୀପ୍‍ ଦାଶ ଓ ଜିଲ୍ଲା ସଂଯୋଜିକା ପାୟଲ୍‍ ଦାଶ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପାଠ୍ୟଖସଡା ଅନୁଯାୟୀ ଆକାଂକ୍ଷା ଉପାଦାନରେ ସାହିତ୍ୟ ସୃଜନୀ, କୌଶଳୀ, ଜିଜ୍ଞାସା ଓ କ୍ରୀଡାଙ୍ଗନାକୁ ଯୋଗ କରାଯାଇଥିଲା ବେଳେ ଏହି କୌଶଳୀ ତାଲିମ୍‍ ଶିବିର ମାଧ୍ୟମରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ କୋଡିଂ ବିଷୟରେ ଜ୍ଞାନ ଆହରଣ କରିବାରେ ସକ୍ଷମ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଡଃ ପ୍ରଭାତୀ ମହାପାତ୍ରଙ୍କ ପରାମର୍ଶକ୍ରମେ ଆସିକା ଶିକ୍ଷାବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବ୍ଳକସ୍ତରୀୟ କୌଶଳୀ ତାଲିମ୍‍ ଶିବିରରେ ମାଷ୍ଟର ଟ୍ରେନର୍‍ ରୂପେ ଆସିକା ସରକାରୀ ଟେକନିକାଲ୍‍ ହାଇସ୍କୁଲର ସହକାରୀ ଶିକ୍ଷକ ଦେବାଶିଷ ପାଣିଗ୍ରାହୀ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଇଣ୍ଟରନେଟ୍‍କୁ ସଠିକ୍‍ ଭାବେ ବ୍ୟବହାର ନକଲେ କେତେକ ସମୟରେ ସୃଷ୍ଟି ହେଉଥିବା ବ୍ୟବହାରର ଭୟାବହ ପରିସ୍ଥିତିରୁ କିପରି ଦୂରେଇ ରହିବା, କମ୍ପ୍ୟୁଟର୍‍ କୋଡିଂ, ସ୍କ୍ରାଚ୍‍ ପ୍ରୋଗ୍ରାମ୍‍, ଗେମ୍‍ ଡିଜାଇନ୍‍, କୃତ୍ରିମ ବୁଦ୍ଧିମତାର ସଠିକ୍‍ ପରିଚାଳନା, ଡିଜିଟାଲ୍‍ ସାକ୍ଷରତା ସମେତ ବିଭିନ୍ନ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି । ଏହି ବ୍ଳକସ୍ତରୀୟ ତାଲିମ୍‍ ଶିବିରରେ ପ୍ରଶିକ୍ଷଣ ନେଇଥିବା ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ କୌଶଳୀ କ୍ଳବ୍‍ ମାଧ୍ୟମରେ ଶିକ୍ଷାଦେବେ ବୋଲି ଜଣାପଡିଛି । ଛାତ୍ରଛାତ୍ରୀମାନେ କୌଶଳୀ ଯୋଜନା ସଂପର୍କରେ ଜ୍ଞାନ ଆହରଣ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ କମ୍ପ୍ୟୁଟର ପ୍ରତି ଆଗ୍ରହ ଓ ବିଭିନ୍ନ ସମସ୍ୟାର ସମାଧାନ ନିମିତ୍ତ ବ୍ୟଗ୍ରତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ବ୍ଳକସ୍ତରୀୟ କୌଶଳୀ ତାଲିମ୍‍ ଶିବିରରେ ଶିକ୍ଷକ ନାରାୟଣ ଡାକୁଆ, ଲବ ସେଠୀ, ଚନ୍ଦନ ମାଝୀ, ହରପ୍ରିୟା ସେଠୀ, ଗୋବିନ୍ଦ ପରିଡା, ଇଶ୍ୱରୀ ମହାପାତ୍ର, ସତ୍ୟପ୍ରିୟ ରଥ, ଦେବେନ୍‍ ନାୟକ, ଶଙ୍କର ବେହେରା, କୃଷ୍ଣଚନ୍ଦ୍ର ପାତ୍ର, ମୁନା ସ୍ୱାଇଁ, ସସ୍ମିତା ନନ୍ଦ, ଲାବଣ୍ୟ ଶବର, ଉଗ୍ରସେନ ପାତ୍ର, କୁଞ୍ଜବିହାରୀ ଜେନା, ନିଖିଳ କୁମାର ସାହୁ, ଅସିତ୍‍ କୁମାର ସିୟ, ନମିତା କୁମାରୀ ବେହେରା, ସଲମନ୍‍ ମାଝୀଙ୍କ ସମେତ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ବହୁ ଶିକ୍ଷକ ଯୋଗଦେଇଥିଲା ବେଳେ ଟେକନିକାଲ୍‍ ହାଇସ୍କୁଲର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପଣ୍ଡା, ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ଦେବାଶିଷ ପାଣିଗ୍ରାହୀ, ଲକ୍ଷ୍ମୀ ଜେନା, ସର୍ମିଷ୍ଠା ସାହୁ, ଗାୟତ୍ରୀ ବେହେରା, ସୁମିତ୍ରା କାର୍ଜି, ରୁଚି ନାହାକ, ଇପ୍ସିତା ମଲିକ, ମିତାଞ୍ଜଳୀ ପଣ୍ଡା, ଭଗବାନ ସ୍ୱାଇଁ, ବଳରାମ ବେହେରା, ରାହୁଳ ପଟ୍ଟନାୟକ, ସୁଭାଶିଷ୍‍ ନାହାକ, ସିଦ୍ଧାନ୍ତ ସେଠୀ, କର୍ମଚାରୀ ରବିନ୍ଦ୍ର କୁମାର ସ୍ୱାଇଁ, ବାସୁଦେବ ପ୍ରଧାନ, ଜୟଦେବ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ