ମା ଦଣ୍ଡକାଳୀଙ୍କ ପୀଠରେ ନବରାତ୍ରୀ ପୂଜା

ଆସିକା (ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅଧିନସ୍ଥ ୮ ନମ୍ବର ୱାର୍ଡର ସୁନାମ୍ବ ସାହି ଛକ ଠାରୁ କିଛି ମିଟର ଦୂରରେ ଋଷିକୁଲ୍ୟା ନଦୀ ନିକଟରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ମା ଦଣ୍ଡକାଳୀଙ୍କ ପୀଠରେ ନବରାତ୍ରୀ ପୂଜା ପୂର୍ବବର୍ଷଭଳି ଚଳିତବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଥିବା ଲକ୍ଷ୍ୟ କରାଯାଇଛି । ବର୍ଷତମାମ ମନ୍ଦିରରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଏହି ନବରାତ୍ର ସମୟରେ ମା ଦଣ୍ଡକାଳୀଙ୍କୁ ଦର୍ଶନକଲେ ଅଧିକ ପୂଣ୍ୟ ମିଳେ ବୋଲି ଲୋକକଥା ପ୍ରଚଳିତ ରହିଥିବାରୁ ଏହି ଶକ୍ତିପୀଠରେ ଦିନ ତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି । ନବରାତ୍ର ଅବସରରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶକ୍ତିପୀଠ ଗୁଡ଼ିକରେ ଚଣ୍ଡିପାଠ, ହୋମଯଜ୍ଞ ଓ ବିଶେଷ ପୂଜାର୍ଚ୍ଚନା ଚାଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଥିବା ବେଳେ ସାନ୍ଧ୍ୟ ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅତି ମାତ୍ରାରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଘଣ୍ଟ ଧ୍ୱନି, ହୁଳହୁଳି ଶବ୍ଦରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ ଦଣ୍ଡକାଳୀଙ୍କ ପୀଠରେ ଆରମ୍ଭ ହୋଇଥିବା ନବରାତ୍ର ପୂଜାକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପରିଚାଳନା କମିଟି ସଭାପତି ନିରଞ୍ଜନ ପୋଲାଇ, ଆଧ୍ୟାତ୍ମିକପ୍ରେମୀ ତଥା ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଭାକର ବେହେରା, କାହ୍ନୁଚରଣ ବେହେରା, ଯୋଗୀ ପରିଡା, ତୋଫାନ ଦାଶ, ରାଜେଶ୍‍ ରେଡି, ଦଣ୍ଡପାଣି ରେଡି, ବିଷ୍ଣୁପ୍ରସାଦ ମୁନି, ତ୍ରିନାଥ ମହାନ୍ତି, ଦିଲୀପ କୁମାର ସ୍ୱାଇଁ, ସିକନ୍‍ ରେଡି, ଚୋରୀ ପରିଡା, ଶ୍ରୀକାନ୍ତ ରେଡି, ନରେଶ ଚନ୍ଦ୍ର ବିଷୋୟୀ, ବୁଲୁ ପରିଡା, ବାପୁନି ସାହୁ, ହରି ରେଡି, ଭଗବାନ ସ୍ୱାଇଁ ପ୍ରମୁଖ ସହଯୋଗ କରୁଥିବା ବେଳେ ଆସିକା ଅଞ୍ଚଳର ଅଭିଜ୍ଞ ବିଦ୍ୱାନ ପଣ୍ଡିତ ରତ୍ନାକର ଦାଶଙ୍କ ପରାମର୍ଶକ୍ରମେ ସୀତାରାମ ଦାଶ, ବାଳକୃଷ୍ଣ ଦାଶ, ହିମାଂଶୁ ଶେଖର ସାମନ୍ତରା ପ୍ରମୁଖ ପୂଜାର୍ଚ୍ଚନା ଚଣ୍ଡୀପାଠ କରୁଥିବା ବେଳେ ମନ୍ଦିର ପୂଜକ ଭଗବାନ ପଣ୍ଡା ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ମା’ ଦଣ୍ଡକାଳୀଙ୍କ ପୀଠରେ ନବରାତ୍ରୀ ପୂଜା ଅବସରରେ ମଙ୍ଗଳବାର ପାରମ୍ପରିକ ରୀତନୀତି ଅନୁଯାୟୀ ଏକ ଆଧ୍ୟାତ୍ମିକ ଚଣ୍ଡିପାଠ ଓ ହୋମ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ଶ୍ରଦ୍ଧାଳୁ ଭକ୍ତ କଲ୍ୟଣ ମୟୀ ମା ଦଣ୍ଡକାଳୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖସମୃଦ୍ଧି କାମନା କରୁଥିବା ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ